ଭୁବନେଶ୍ୱର,୨୫।୧: ଚଳିତବର୍ଷ ବଦଳିଯିବ +୨ ପରୀକ୍ଷାର ଛାଞ୍ଚା । ନୂଆ ଫର୍ମାଟରେ ଯୁକ୍ତ ୨ ପରୀକ୍ଷା ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏଥର +୨ ପରୀକ୍ଷାରେ ୫୦ ପ୍ରତିଶତ ମଲଟିପୁଲ ଚଏସ୍ ପ୍ରଶ୍ନ ରହିବ । ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ନମ୍ବର ରହିବ । ୩୦ ପ୍ରତିଶତ ସଂକ୍ଷିପ୍ତ ଉତ୍ତର ମୂଳକ ପ୍ରଶ୍ନ ରହିବ । ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଅପସନ୍ ରହିବ । ପ୍ରତି ପ୍ରଶ୍ନର ମୂଲ୍ୟ ୨ କିମ୍ବା ୩ ନମ୍ବର ରହିବ । ୨୦ ପ୍ରତିଶତ ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ ରହିବ, ଯାହାର ମୂଲ୍ୟ ୫ ମାର୍କ ବିଶିଷ୍ଟ ରହିବ ।