ଭୁବନେଶ୍ୱର,୧୨।୦୮:ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଖାତା ମୂଲ୍ୟାୟନ ସ୍ଥଗିତ ରଖାଯାଇଥିଲା । ବିଭିନ୍ନ ଜିଲ୍ଲାରେ ସଟଡାଉନ୍ ଘୋଷଣା ପାଇଁ ଶିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ର ଆସି ପାରୁନଥିଲେ । ହେଲେ ସମସ୍ୟାର ସମାଧାନ ପରେ ଖାତା ଦେଖା ହୋଇଥିଲା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ବୁଧବାର ଦିନ ୧୨ଟା ୩୦ରେ ସିଏଚ୍ଏସ୍ଇ କାର୍ଯ୍ୟାଳୟରେ ଫଳ ଘୋଷଣା କରାଯିବ । ଏହା ସହ ଚଳିତ ମାସ ତୃତୀୟ ସପ୍ତାହରେ ବାଣିଜ୍ୟ ଏବଂ ଶେଷ ସପ୍ତାହରେ କଳା ଓ ଧନ୍ଦାମୂଳକ ବିଭାଗ ଛାତ୍ରଛାତ୍ରୀଙ୍କ ଫଳ ବାହାରିବ ।
ଛାତ୍ର ଛାତ୍ରୀମାନେ orissaresults.nic.in, www.chseodisha.nic.in, examresults.net ରୁ ନିଜର ରେଜଲ୍ଟ ଜାଣିପାପାରିବେ । ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ ୯୭, ୫୩୬ ଛାତ୍ରଛାତ୍ରୀ ବିଜ୍ଞାନରେ ପରୀକ୍ଷା ଦେଇଥିଲେ । ଲକ୍ଡାଉନ୍ ଯୋଗୁଁ ଏବର୍ଷ ଫଳ ପ୍ରକାଶରେ ବିଳମ୍ବ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।