ପ୍ରକାଶ ପାଇଲା ମ୍ୟାଟ୍ରିକ୍ ପରୀକ୍ଷା ଫଳ, ପାସ୍ ହାର ୭୮.୭୬ ପ୍ରତିଶତ

ଭୁବନେଶ୍ବର ୨୯।୭ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ, ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ତେବେ ପାସ୍‌ ହାର ୭୮.୭୬ ପ୍ରତିଶତ ରହିଛି।  ମୋଟ୍ ୪ଲକ୍ଷ ୨୧ ହଜାର ୨୫୬ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଚଳିତ ବର୍ଷ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ଗତବର୍ଷ ତୁଳନାରେ ଚଳିତ ବର୍ଷର ରେଜଲ୍ଟ ଭଲ ରହିଛି । ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳକୁ କଟକସ୍ଥିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରୁ ଭିଡିଓ ବାର୍ତ୍ତା ଜରିଆରେ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି । ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବୋର୍ଡ ସଭାପତି ରାମାଶିଷ ପ୍ରମୁଖ ଉପସ୍ଥିତ ଥିଲେ। A1 ଗ୍ରେଡ୍‌ରେ ୧୨୭୯ ଜଣ ପରୀକ୍ଷାର୍ଥୀ ପାସ୍‌, A2- ୮୪୫୮ ଓ B1- ୧୮,୧୮୮ ପରୀକ୍ଷାର୍ଥୀ ପାସ୍‌, B2- ୩୧,୩୨୮ ଓ C- ୪,୯୧୫୩ ପରୀକ୍ଷାର୍ଥୀ ପାସ୍‌ .

ମାଟ୍ରିକ ପରୀକ୍ଷା ଫଳ ୱେବସାଇଟ ଓ ଏସ୍‌ଏମ୍‌ଏସ୍ ଜରିଆରେ ଉପଲବ୍ଧ ହୋଇଛି । ବୋର୍ଡର ୱେବସାଇଟ ‘www.bseodisha.ac.in’ ଓ ‘www.bseodisha.nic.in’ରେ ଛାତ୍ରଛାତ୍ରୀ ମାଟ୍ରିକ ରେଜଲ୍ଟ ଦେଖିପାରିବେ । ସେହିଭଳି OR01<lroll no> ଲେଖି ଏସ୍‌ଏମ୍‌ଏସ୍ କଲେ ଫଳ ଜାଣି ପାରିବେ ।ଦିନ ୧୧ଟା ୩୦ରୁ ଓ୍ବେବସାଇଟ୍‌ରେ ରେଜଲ୍ଟ  ଉପଲବ୍ଧ ହେବ। ସେହିପରି ପରୀକ୍ଷାର୍ଥୀମାନେ OR01 ସ୍ପେସ୍‌ ଦେଇ ନିଜର ରୋଲ୍‌ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ମେସେଜ୍‌ କଲେ ସେମାନଙ୍କ ପରୀକ୍ଷା ଫଳ ମୋବାଇଲ୍‌ ମେସେଜ ଜରିଆରେ ଆସିବ । ଯଦି ପରୀକ୍ଷା ଫଳ ଜାଣିବାରେ କୌଣସି ସମସ୍ୟା ହୁଏ କିମ୍ବା ପରୀକ୍ଷାଫଳ ସଂପର୍କିତ କିଛି ସମସ୍ୟା ଥାଏ ତେବେ ପରୀକ୍ଷାର୍ଥୀ, ସେମାନଙ୍କ ଅଭିଭାବକ କିମ୍ବା ଶିକ୍ଷକ ବୋର୍ଡର କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ୍‌ ନମ୍ବର ୦୬୭୧-୨୪୧୨୦୫୯/ ୦୬୭୧-୨୪୧୨୦୬୦ରେ ଫୋନ୍‌ କରି ଅଭିଯୋଗ ଜଣାଇ ପାରିବେ ।