ଢେଙ୍କାନାଳ,୦୭/୦୭(ଶୁଭମ ପାଣି): ଢେଙ୍କାନାଳ ଗାନ୍ଧି ମନ୍ଦିର ରୋଡ ସ୍ଥିତ ମା ତାରିଣୀ ଙ୍କ ପିଠ ରେ ଆଷାଢି ପର୍ବ ପାଳିତ ହୋଇ ଯାଇଛି । ଦିନ ସାରା ମନ୍ଦିର ପହଡ ପଡିଥିଲା ଓ ସନ୍ଧ୍ୟା ସମୟରେ ପହଡ଼ ଫିଟା ଯାଇ ମା’ଙ୍କୁ ଅତର ଜଳରେ ସ୍ନାନ,ନୂତନ ବତ୍ସ ଓ ବିଭିନ୍ନ ଫୁଲ ହାରରେ ମାଆଙ୍କୁ ସୁସଜିତ କରାଯାଇ ଥିଲା। ଦିପ , ଧୂପ ସନ୍ଧ୍ୟା ଅଳତି କରାଯାଇଥିଲା ଓ କର୍ପୂର ଆଳତି କରାଯାଇ ଥିଲା । ବିଭିନ୍ନ ଫଳ ମୂଳ । ବିଭିନ୍ନ ପ୍ରକାରର ପିଠା ଓ ବିଭିନ୍ନ ପ୍ରକାରର ମିଠା ଭୋଗ ଲାଗି କରାଯାଇଥିଲା । ଏହି ପର୍ବଟି ଆଷାଢ ମାସର ଶେଷ ଗୁରୁବାର ଦିନ ପାଳନ କରାଯାଏ ।ତା ପରେ ରାତ୍ରରେ ପହଡ ପଡିଥିଲା ।