ଢେଙ୍କାନାଳ,(ଶୁଭମ ପାଣି): ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜିଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ପଟି ଦିଅ ପୂଜା ଆରମ୍ଭ ହୋଇଯାଇଛି । ବଳଭଦ୍ରଙ୍କ ବେଶରେ ଅନନ୍ତ ବାସୁଦେବଙ୍କୁ, ଜଗନ୍ନାଥଙ୍କ ରୂପରେ କୃଷ୍ଣ ଓ ଦେବି ସୁଭଦ୍ରା ଙ୍କ ବେଶରେ ଭୁବନେଶ୍ଵରୀ ଙ୍କୁ ପୂଜା କରାଯାଏ । ଗତକାଲି ଠାରୁ ଅଣସର ଘରକୁ ବିଜେ ଗଲାପରେ ଏହି ପଟି ଦିଅଙ୍ଗୁ ପୂଜା କରାଯାଏ । ଆଜି ପ୍ରାତଃରୁ ପଞ୍ଚାବୃତ ସିଞ୍ଚନ କରାଯାଇ ଚନ୍ଧୁଦାନ କରାଯାଇଥିଲା । ସକାଳୁ ବହ୍ଲବ ଭୋଗ ଲାଗି କରାଯାଇଥିଲା। ମଧ୍ୟାନ୍ନ ସମୟରେ ଖଚେଡ଼ ଅନ୍ନ । ଡାଲମା ଖଟା ଲାଗି କରାଯାଇଥିଲା । ସଂନ୍ଧାରେ ଆଳତି ପଣା ଓ ରାତ୍ରରେ ଅନ୍ନ ଧୂପ ହେବ ।ଏହା ୧୫ ଦିନ ଯାଏ ଚାଲୁ ରହିବ।ପୂଜକ ଶିବତ୍ସ ମିଶ୍ର, ସୁଆର ନିଳମଣୀ ଆଚାର୍ଯ୍ୟ କହାଳିଆ ଟିକନ ବେହେରା ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀ ଙ୍କ ଉପସ୍ଥିତିର ଏହି ପୂଜା ଆରମ୍ଭ ହୋଇଥିଲା ।