ଢେଙ୍କାନାଳ,୧୪/୦୬(ଶୁଭମ ପାଣି) : ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରରେ ଆଜି ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । ଦିର୍ଘ ୧୦୦ ବର୍ଷ ପରେ ଆଜି ଏକା ସାଥିରେ ପହିଲି ରଜ ଓ ଦେବସ୍ନାନ ପୂର୍ଣ୍ଣିମା ତେଣୁ ପ୍ରାତଃରୁ ଦ୍ଵାର ପାଳ ପୂଜା, ମଙ୍ଗଳା ଅର୍ପଣ ପୂଜା ହୋଇଥିଲା। ତାପରେ ୫. ୩୦ ଠାକୁରଙ୍କୁ ପହଣ୍ଡି କରାଯାଇ ସ୍ନାନ ବେଦିକୁ ଅଣାଯାଇଥିଲା। ତାପରେ ଠାକୁରଙ୍କର ନିତି ଆରମ୍ଭ ହୋଇଥିଲା ପ୍ରଥମେ ଦାନ୍ତ ଘସା ଯାଇଥିଲା ଓ ପରେ ଚୁଆ ଆଗୁର ଓ ପଞ୍ଚାବୃତ ଜଳରେ ସ୍ନାନ କରାଯାଇଥିଲା । ତାପରେ ବତ୍ସ ପିନ୍ଧାଯାଇଥିଲା । ପରେ ଚନ୍ଦନ ଲାଗି ବେଶ କରାଯାଇଥିଲା । ତାପରେ ବଳଦେବ ଜିଉ , ଭଗବାନ କୃଷ୍ଣ ଓ ଭଉଣୀ ସୁଭଦ୍ରା ଙ୍କର ସୁନା ବେଶ ହୋଇଥିଲା ଓ ଜଗନ୍ନାଥ ଙ୍କର ରୂପା ବେଶ ଅନୁଷ୍ଠିତ ହୋଇଥିଲା । ତାପରେ ତୁଳସୀ ହାର ଓ ଫୁଲ ହାରରେ ସୁସଜ୍ଜିତ କରାଯାଇ ଥିଲା । ଠାକୁରଙ୍କର ଆଳତି କରାଯାଇ ବଲ୍ଲଭ ଭୋଗ, ମୁଗ,ଉଖୁଡା , ଲଡୁ , ବିଭିନ୍ନ ଭୋଗ ରାଗ ଲାଗି କରାଯାଇଥିଲା । ମଧ୍ୟାନରେ ୧ ବେଳେ ବିଭିନ୍ନ ଫଳ ଓ ମିଠା ଭୋଗ ଲାଗି କରାଯାଇଥିଲା । ସନ୍ଧା ସମୟରେ ଆଳତି ପରେ ଅନ୍ନ ଖେଚେଡି, ଡାଲମା ଖିରି ପୁରି କାକରା ଭୋଗ କରାଯାଇଥିଲା । ଓ ରାତ୍ରର ୧୦ ପରେ ଠାକୁର ଅଣସର ଘରକୁ ବିଜେ କରିବେ ।
ପୂଜକ ଭାଗୀରଥୀ ପଣ୍ଡା , ଶବତ୍ସ ମିଶ୍ର , ମଳୟ କର, ବ୍ରଜ ବିହାରୀ ମହାପାତ୍ର, ଚାମର ସେବକ ନିଳମଣି ମହାପାତ୍ର, ଜିମା ଜାର ଶ୍ୟାମସୁନ୍ଦର ପାଣି ଗ୍ରାହୀ ଓ ମନ୍ଦିରର ସମସ୍ତ ପାଳିଆ ସେବକ ଙ୍କ ଉପସ୍ଥିତିର ଏହି ଦେବସ୍ନାନ ପୂର୍ଣ୍ଣିମା ଟି ସମ୍ପୂର୍ଣ୍ଣ ହୋଇଥିଲା।