ବ୍ରହ୍ମପୁର : ରାଜଧାନୀ ଭୁବନେଶ୍ଵରରେ ବାଲେଶ୍ଵରର ଜଣେ ଯୁବତୀଙ୍କୁ ହତ୍ୟା କରାଯାଇ ମୃତଦେହକୁ ଗଞ୍ଜାମ ଜିଲ୍ଲାରେ ଫିଙ୍ଗି ଦିଆଯାଇଥିଲା। ଆଜି ଏହି ଘଟଣାର ପର୍ଦ୍ଦାଫାସ ହୋଇଛି। ଗଞ୍ଜାମ ଏସ୍.ପି. ବ୍ରିଜେଶ କୁମାର ରାଏ ଏ ସମ୍ପର୍କରେ ଦେଇଛନ୍ତି ସୂଚନା। ସୋମବାର ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଏସ୍.ପି.ବ୍ରିଜେଶ କୁମାର ରାଏ କହିଛନ୍ତି ମୃତ ଯୁବତୀଜଣକ ଗତ ପାଞ୍ଚ ବର୍ଷ ହେଲା ଖଣ୍ଡଗିରିରେ ରହୁଥିବା ମାନସ ରଞ୍ଜନ ପାଇକରାୟ ଘରେ କାମ କରୁଥିଲେ। ସେ କାମ ଛାଡ଼ିବାକୁ ଚାହୁଁଥିଲେ ମଧ୍ୟ ପାଇକରାୟ ଦମ୍ପତ୍ତି ତାଙ୍କୁ ଛାଡ଼ୁ ନଥିଲେ। ଗତ ୧ ତାରିଖରେ ଯୁବତୀ ଓ ଦମ୍ପତିଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ମାନସ ଓ ପତ୍ନୀ ସରୋଜିନୀ ତା’ର ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ଏକ ଓଲା କାରରେ ଶବକୁ ଆଣି ୧୫୦ କିଲୋମିଟର ଦୂର ଭୂଷଣ୍ଡପାଳ ନିକଟରେ ଫୋପାଡ଼ି ଦେଇଥିଲେ। ଗତ ୨ ତାରିଖରେ ଶବକୁ ଠାବ କରାଯାଇଥିଲା। ତଦନ୍ତ ପାଇଁ ଗଠନ ୫ ଜଣିଆ ହୋଇଥିଲା ଟିମ୍। ଶେଷରେ ଜଗନ୍ନାଥପ୍ରସାଦ ପୋଲିସ ଅଭିଯୁକ୍ତ ଦମ୍ପତ୍ତିକୁ ଗିରଫ କରିଛି। ସେମାନଙ୍କଠାରୁ ୬ଟି ମୋବାଇଲ୍ ଓ ଗୋଟିଏ କାର୍ ଜବତ ହୋଇଛି। ଏହି ହତ୍ୟାକାଣ୍ଡରେ ଆଉ କେଉଁମାନଙ୍କର ସଂପୃକ୍ତ ରହିଛି କି ନାହିଁ ପୋଲିସ ତଦନ୍ତ ଜାରି ରଖିଛି।