ଢ଼େଙ୍କାନାଳ,୨୨।୧୦ : ବନ୍ଧୁକ ଦେଖାଇବା ସହିତ ଭୁଜାଲିରେ ଆକ୍ରମଣ କରି ୬୦ ହଜାର ଟଙ୍କା, ମୋଟର ସାଇକେଲ ଓ ମୋବାଇଲ ଫୋନ୍ ଲୁଟ। ଏପରି ଘଟଣା ଢେଙ୍କାନାଳ ଜିଲ୍ଲାର ଗଁନ୍ଦିଆ ଥାନା ଜୋରନ୍ଦାର ରାଧାଦେଇପୁର ନିକଟରେ ଘଟିଥିବା ଜଣାପଡିଛି। ଖବର ଅନୁଯାୟୀ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ପ୍ରକାଶ୍ୟ ଦିବାଲୋକରେ ଏହି କରିଛନ୍ତି। ଲୁଟ୍ର ଶିକାର ହୋଇଥିବା ରାଧାଦେଇପୁର ଗାଁର ଅକ୍ଷୟ ବେହେରା ଏନେଇ ଜୋରନ୍ଦା ଫାଣ୍ଡିରେ ଅଭିଯୋଗ କରିଛନ୍ତି। ସେ ଦର୍ଶାଇଛନ୍ତି ତାଙ୍କ ଠାରୁ ୬୦ ହଜାର ଟଙ୍କା, ବାଇକ ଓ ମୋବାଇଲ ଲୁଟ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟେରାମାନେ ପୁରୁଣା ବାଇକ ଛାଡି ଫେରାର ହୋଇଯାଇଥିବା ବେଳେ ସେମାନଙ୍କ ଆକ୍ରମଣରେ ଅକ୍ଷୟ ସାମାନ୍ୟ ଆହତ ହୋଇଛନ୍ତି।