ଢେଙ୍କାନାଳ :(ଗୋକୁଳା ନନ୍ଦ ବେହେରା )ମାଲେ ମାଲ ହେଉଛନ୍ତି ଠିକାଦାର ଓ ଅଧିକାରୀ ମାନେ, ବେପାରୁଆ ଭାବରେ ଫାଉଣ୍ଡେସନ ପଡି ସାରିଲାଣି କାମ ବି ଜୁରଦାର ଚାଲିଛି ତରବରିଆ ଭାବରେ ଯୁଦ୍ଧ କାଳୀନ ଭିତରେ ଚାଲିଛି ନିମ୍ନ ମାନର କାମ l 25 ଲକ୍ଷ୍ୟ ଟଙ୍କା ବ୍ୟୟ ରେ ହେଉଛି ନୂତନ ଆର. ଆଇ ଅଫିସ କାମକୁ ଦେଖିଲେ ଆପଣ ନିଜେ ବି ଅନୁମାନ କରି ପାରୁଥିବେ କେମିତି ନିମ୍ନ ମାନର କାମ ଚାଲିଛି l ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଈ ଗ୍ରାମ ପଞ୍ଚାୟତ ରେ ହବାକୁ ଯାଉଥିବା ନୂତନ ଭାବେ ଆର. ଆଇ ଅଫିସ l ଏହି ଆର. ଆଇ ଅଫିସ ଉପରେ ଦୁଇଟି ପଞ୍ଚାୟତ ର ଲୋକ ନିର୍ଭର ଶିଳ l ଏଠି ସାଧାରଣ ଲୋକ ଟିଏ ଆର. ଆଇ ଅଫିସ ଯିବାକୁ ହେଲେ 7 କିଲମିଟର ମୁକ୍ତାପଶି ଯିବାକୁ ହୋଏ l ନୂତନ ଆର. ଆଇ ଅଫିସ ହେଲେ ଲୋକମାନେ ବେଶ ସୁବିଧା ପାଇ ପାରିବେ ବୋଲି ଆଶା କରିଥିଲେ ମଧ୍ୟ କିଛି ଠିକା ଦାର ଓ ବିଭାଗୀୟ ଅଧିକାରୀ ମିଶି ନିମ୍ନ ମାନର କାମ କରୀ ଟଙ୍କା କୁ ଆତ୍ମ ସାତ କରୁଛନ୍ତି l ଯେତିକି ସିମେଣ୍ଟ ବାଲି ପରିମାଣ ଦବା କଥା ନଦେଇ ଖାଲି ଇଟା ଯୋଡ଼େଇ ପରେ ସିମେଣ୍ଟ ଗୁଣ୍ଡ ଛିଞ୍ଚା ଯାଉଛି, ବାଲିରେ ଚାଲିଛି କାମ ଯାହା ଫଳରେ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି l ଚେଇଁ ସୋଇଥିବ ଯିଏ ତାକୁ ଉଠେଇବ କିଏ କେବେ ନିଦ ଭାଙ୍ଗୁଛି ପ୍ରଶାସନ ର ଦେଖି ବାକୁ ବାକି ରହିଲା l