ଗୁମୁଡ଼ା/ରାୟଗଡା-୦୨/୦୩(ପ୍ରଫୁଲ୍ଲ କୁମାର ବେହେରା) : ରାୟଗଡ଼ା ଜିଲ୍ଲାର ଗୁମୁଡା ଦ୍ରୋପଦୀ ବିଦ୍ୟାପିଠର ଛାତ୍ରିକୁ ଗୁମୁଡା ଜଗନ୍ନାଥ ମନ୍ଦିର ରାସ୍ତାରେ ଛୁରାମାଡ ହୋଇଛି।ଛାତ୍ରି ଜଣକ +୨ କଳା ବିଭାଗରେ ପରିକ୍ଷା ଦେଇ ଫେରୁଥିଲେ। ଫେରିବା ବେଳେ ଅଜଣା ଯୁବକର ଛୁରାମାଡ କରିଛନ୍ତି, ବେକରେ ବି ଛୁରାମାଡ ହୋଇଛି। ଛାତ୍ରିଙ୍କ ଘର ବିଷମକଟକ ବୋଲି ଜଣାପଡିଛି। ଗୁରୁତର ଛାତ୍ରିକୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି। ବର୍ତମାନ ଛାତ୍ରୀଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପୋଲିସ୍ ର ଛାନଭିନ। ଛୁରାମାଡ କରିଥିବା ଯୁବକ ସ୍ଥାନିୟ ଲୋକ ଧରି ପୋଲିସ୍ କୁ ହସ୍ତାନ୍ତର କରିଛନ୍ତି। ପୋଲିସ୍ ଅଭିଯୁକ୍ତ ଯୁବକକୁ ଅଟକ ରଖିଛି। ଛୁରାମାଡର କାରଣ ବର୍ତମାନ ସୁଦ୍ଧା ଅସ୍ପଷ୍ଟ।