ଟାଙ୍ଗୀ : ସାତ ଜୁଆଡ଼ି ଗିରଫ ଖେଳାଳି ପୁରୁଣା ଠିକଣା ନୂଆ ପୋଲିସ ପାଇଁ ମୁଣ୍ଡବ୍ୟଥା

ଚଣ୍ଡେଶ୍ୱର:-୦୬/୧୨(ବିନୁ ଦାସ୍):-ବାରମ୍ବାର ଚଢ଼ାଉ ହେବା ଏବଂ ଜୁଆଡ଼ି ଙ୍କୁ ଗିରଫ କରିବା ବର୍ତ୍ତମାନ ଟାଙ୍ଗୀ ପୋଲିସ ପାଇଁ ମୁଣ୍ଡବ୍ୟଥା ପାଲଟିଛି।ବିଗତ ଦିନରେ ଟାଙ୍ଗୀ ପୋଲିସ ବହୁ ଜୁଆ ପାଲି ରେ ଚଢ଼ାଉ କରି ଲକ୍ଷ ଲକ୍ଷ ଟଙ୍କା,ଗାଡ଼ି ଜବତ କରିଛି ଏବଂ ଅନେକ ବ୍ୟକ୍ତି ଙ୍କୁ ଏଥିପାଇଁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଙ୍ଗୀ ପୋଲିସ।କିନ୍ତୁ ଦିନକୁ ଦିନ ଟାଙ୍ଗୀ ଥାନା ଅଞ୍ଚଳରେ ଜୁଆ ଖେଳ କମିବା ପରିବର୍ତେ ନୂଆ ନୂଆ ଠିକଣାରେ ଜୁଆଡ଼ି ଙ୍କୁ ଗିରଫ କରୁଛି।ବିଗତ ତିନି ରୁ ଚାରି ମାସ ଭିତରେ ଟାଙ୍ଗୀ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଜୁଆ ଖେଳ ଖେଳି ଗିରଫ ହୋଇ ପୁନର୍ବାର ଜାମିନ ରେ ଆସି ନିର୍ଭୟ ରେ ଖେଳୁଥିବାର ଦେଖାଯାଉଛି।ଏପରିକି ଜଣେ ଜଣେ ଅଭିଯୁକ୍ତ ବିଗତ ଏକ ମାସ ମଧ୍ୟରେ ଦୁଇ ଦୁଇ ଥର ଗିରଫ ହୋଇ କୋର୍ଟ ଚାଲାଣ ହେଉଥିଲେ ବି ସେମାନଙ୍କୁ ରାତାରାତି ବଡ଼ ଲୋକ ହେବାର ସ୍ୱପ୍ନ ପୁଣିଥରେ ଜୁଆ ଖେଳକୁ ଟାଣି ଆଣୁଛି।ଯାହା ଫଳରେ ଟାଙ୍ଗୀ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପୋଲିସ ର ଗତିବିଧି ଦେଖି ଦିନରାତି ଜୁଆ ଖେଳୁଛନ୍ତି।


ସେହିଭଳି ଗତ ରାତ୍ରି ରେ ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକ କୌଣସି ସୂତ୍ରରୁ ଖବର ପାଇ ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ଛକ ସାନକୁସୁମୀ ଗ୍ରାମରେ ଜୁଆ ଖେଳ ହେଉଥିବାର ଖବର ପାଇ ଟାଙ୍ଗୀ ପୋଲିସ ର ଏକ ଟିମ୍ ଚଢ଼ାଉ କରି ଟାଙ୍ଗୀ ପଞ୍ଚାୟତ ଅନ୍ତର୍ଗତ ସାନକୁସୁମୀ ଗ୍ରାମରେ ଚଢ଼ାଉ କରିଥିଲେ।ଘଟଣା ସ୍ଥଳରୁ ଟାଙ୍ଗୀ ପୋଲିସ ସାତ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି।ଏମାନଙ୍କ ମଧ୍ୟରେ ବହୁ ଚର୍ଚ୍ଚିତ ବେଣୀପଥର ଜୁଆ ଆଡ୍ଡା ର ମାଷ୍ଟର ମାଇଣ୍ଡ ଏବଂ ପୂର୍ବରୁ ଅନେକ ଥର ଜୁଆ ଖେଳି ଗିରଫ ହୋଇଥିବା ଅଭିଯୁକ୍ତ ମାନେ ଅଛନ୍ତି।ଯାହାକି ଟାଙ୍ଗୀ ପୋଲିସ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି।ଅପରପକ୍ଷରେ କୋହଳ ଆଇନ ଯୋଗୁଁ ଏଭଳି ଖେଳ ସ୍ଥାନୀୟ ଅଞ୍ଚଳରେ ତାର କାୟା ବିସ୍ତାର କରିବାରେ ଲାଗିଛି।ଏହି ଘଟଣା ରେ ଟାଙ୍ଗୀ ପୋଲିସ ସାତ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଠାରୁ ଏକ ହୋଣ୍ଡା କାର୍, ସାତଗୋଟି ମୋବାଇଲ,ଚାରୋଟି ବାଇକ୍ ସହ ନଗଦ ଆଠ ହଜାର ୫୪୦ ଟଙ୍କା ଜବତ ହୋଇଥିବା ର ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକ ଏକ ପ୍ରେସ ଵାର୍ତା ମାଧ୍ୟମରେ ଜଣାଇଛନ୍ତି।ଅପରପକ୍ଷରେ କୋହଳ ଆଇନ ପାଇଁ ଯୁବକ ମାନଙ୍କ ବାରମ୍ବାର ଜୁଆ ଖେଳି ଗିରଫ ହେବା ଏକ ନିତିଦିନିଆ ଅଭ୍ୟାସ ରେ ପରିଣତ ବୋଲି ସ୍ଥାନୀୟ ଅଧିବାସୀ ମାନେ କହିଛନ୍ତି।