ପୋଲିସ ହାତରେ ଧରା ପଡିଲା ବ୍ରାଉନ ସୁଗାର ବେପାରର ମୁଖ୍ୟ ଅପରାଧୀ

ରାଜଗାଙ୍ଗପୁର (ମନୋଜ ଭୋଳଙ୍କ ରିପୋର୍ଟ) ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ବ୍ରାଉନ ସୁଗାର ଯାହାକୁ ଲୋକାଲ ଭାଷା ରେ ଟର୍କୀ କୁହା ଯାଏ, ଏହି ନିଶା ବେପାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗତ କିଛି ତଳେ ଏହି ନିଶା ବେପାର କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା । ତାଙ୍କ ନିକଟରୁ ୫ଗ୍ରାମ ୩୯୦ ମିଲି ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ଏହି ବେପାରର ମୁଖ୍ୟ ଅପରାଧୀ ଏମ ଡି ଅଫଜଲକୁ ପୋଲିସ ରାଜଗାଙ୍ଗପୁର ସହର ସ୍ଥିତ ରେବାନି ଛକରୁ ଗିରଫ କରିଛି ।

ସୂଚନା ଅନୁଯାଇ ଗତ କିଛି ଦିନ ତଳେ ଲିପଲୋଇ ଅଞ୍ଚଳରୁ ବିଶେଷ ସୂତ୍ରରୁ ଏହି ବ୍ରାଉନ ସୁଗାରକୁ ସୁନ୍ଦର ଗଡ଼ ଅଞ୍ଚଳକୁ ବିକ୍ରି କରିବାକୁ ନେଉଥିବା ସମୟ ରେ ପୋଲିସ ର ଅତର୍କିତ ଚଢ଼ାଉ ଫଳରେ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଏହାର ମୁଖ୍ୟ ଅପରାଧୀ କୁ ଧରିବା ପାଈଁ ତଦନ୍ତ ଜାରି ରଖିଥିଲା ପୋଲିସ । ଆଜି ମୁଖ୍ୟ ଅପରାଧୀକୁ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ନଗଦ ୧୦୮୧୦ ଟଙ୍କା, ଦୁଇଟି ମୋବାଇଲ, ଗୋଟିଏ ସିଲଭର ରଙ୍ଗର ଆଇ ସ୍ମାଟ ମୋଟର ସାଇକେଲ ଯାହାର ନମ୍ବର OD16C1188 କୁ ପୋଲିସ ଜବତ କରିଛି । ଏ ନେଇ ପୋଲିସ କେଶ ନମ୍ବର 263, ୟୁ /ଏସ 21(b) ଏନ ଡି ପି ଏସ ଆକ୍ଟ ରେ ମାମଲା ରଜୁ କରି ଅଭିଯୁକ୍ତ ଅଫଜାଲ ଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।