ଭୁବନେଶ୍ୱର: ରାଜଧାନୀରେ ଜଣେ ଯୁବତୀଙ୍କ ଉପରକୁ ଏସିଡ଼ ମାଡ଼ କରାଯାଇଛି । ଭୁବନେଶ୍ୱରର ଧଉଳି ଅଞ୍ଚଳରେ ଏହି ଘଟଣାଟି ଘଟିଛି । ଧଉଳିର ବାଲିଆପଡ଼ାରେ ଜଣେ ଯୁବକ ଏହି କାଣ୍ଡ ଭିଆଇଥିବା ଜଣାପଡିଛି ।
ଯୁବତୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କ୍ୟାପିଟାଲ ହସ୍ପିଟାଲରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଥିଲା । ଏସିଡ ମାଡର କାରଣ ସ୍ପଷ୍ଟ ହୋଇନଥିଲେ ହେଁ ଏହା ପଛରେ ପ୍ରେମ ବ୍ୟାପାର ରହିଥିବା ଅନୁମାନ କରାଯାଉଛି । ଏହା ସହିତ ବର୍ଷକ ତଳେ ଉଭୟଙ୍କ ମଧ୍ୟରେ କୋର୍ଟ ମ୍ୟାରେଜ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।