ଟାଙ୍ଗୀ,୦୪।୦୮, (ବିନୁ ଦାସ୍), ଟଙ୍କା ବ୍ୟାଗ୍ ଝାମ୍ପି ନେଉଥିବା ବେଳେ ଧରାପଡିଲେ ଯୁବକ ,ଲୋକେ ଲୁଟେରା କୁ ବାନ୍ଧି ବୁହାଏ ଛେଚିଲେ ଲୋକେ । ଜଣେ ମହିଳା ଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପି ନେଇ ଲୁଟେରା ‘ ଛୁ ‘ ମାରୁଥିବା ବେଳେ ମହିଳା ଜଣକ ଲୁଟେରା କୁ ଯାବୁଡି ଚୋର-ଚୋର , ଧର-ଧରା ବୋଲି ପାଟି କରିବାରୁ ଲୋକମାନେ ରୁଣ୍ଡ ହୋଇଗଲେ । ଲୁଟେରା ଜଣକୁ ଧରି ଗଛରେ ବାନ୍ଧିଲେ , ବୁହାଏ ନିସ୍ତୁକ ଛେଚିଲେ ପରେ ଟାଙ୍ଗୀ ପୋଲିସ ଜିମା ଦେଲେ । ଏଭଳି ଘଟଣା ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଞ୍ଚଳ ଚଣ୍ଡେଶ୍ୱର ଛକ ନିକଟରେ ଘଟିଛି ।
ଟାଙ୍ଗୀ ଥାନା ପାରିଓରଡ ପଂଚାୟତ ଲକ୍ଷ୍ମୀଧରପୁର ଗ୍ରାମର ପ୍ରମିଳା ଦେଇ ନାମକ ଜଣେ ମହିଳା ଚାନ୍ଦପୁର ଷ୍ଟେଟ୍ ବ୍ୟାଙ୍କରୁ ୧୫ ହଜାର ଟଙ୍କା ଉଠାଣ କରି ଘରକୁ ଫେରୁଥିଲେ । ପ୍ରମିଳାଙ୍କ ଠାରୁ ଏହି ଲୁଟେରା ଜଣକ ଟଙ୍କା ବ୍ୟାଗ ଛଡାଇ ନେଇ ଚମ୍ପଟ୍ ମାରୁଥିଲା , ହେଲେ ସଫଳ ହୋଇନଥିଲା । ପରେ ଲୋକେ ଏକାଠି ହୋଇ ଲୁଟେରା କାବୁ କଲେ କରି ନେଇଥିଲେ। ଉତ୍ୟକ୍ତ ଲୋକେ ଲୁଟେରାଙ୍କୁ ବାନ୍ଧି ବୁହାଏ ଛେଚିଥିଲେ । ଅପରପକ୍ଷରେ ଧରା ହୋଇଥିବା ଲୁଟେରା ଜଣକ ଗଞ୍ଜାମ ଜିଲ୍ଲାର କୋଦଳା ଥାନା ଅଞ୍ଚଳର ରେଞ୍ଜର ବଙ୍ଗଳା ନିକଟସ୍ଥ ବାଳକୃଷ୍ଣ ପ୍ରଧାନ ବୋଲି ଟାଙ୍ଗୀ ଥାନା ପକ୍ଷରୁ ପ୍ରକାଶ । ପୋଲିସ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଚଳାଇଛି।