ଚିଲିକା: ଚଣ୍ଡେଶ୍ୱର ପଞ୍ଚାୟତରେ ରାସନ ଯୋଗାଣ ଯୋଗୁଁ ରହୁନାହିଁ ସାମାଜିକ ଦୂରତା

ଟାଙ୍ଗୀ,୨୦/୦୫(ବିନୁ ଦାସ୍):-ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଟାଙ୍ଗୀ ଥାନା ଅଧିନସ୍ଥ ଚଣ୍ଡେଶ୍ୱର ପଞ୍ଚାୟତରେ ରାସନ ସାମଗ୍ରୀ ଯୋଗାଣରେ ରହୁନି ସାମାଜିକ ଦୂରତ୍ୱ । ରାଜ୍ୟ ସରକାରଙ୍କ ଦ୍ୱାରା ଉପକୃତ ହେଉଥିବା ହିତାଧିକାରୀଙ୍କ ପାଇଁ ଚାଉଳ ଗହମ ନେବାପାଇଁ ଶତାଧିକ ହିତାଧିକାରୀ ଭିଡ଼ ଦେଖିବାକୁ ମିଳୁଛି ନା ରହୁଛି ସାମାଜିକ ଦୂରତା ନା ରହୁଛି ମାସ୍କ ଗୋଟିଏ ପଟେ ଡ଼ହ ଡହ ଖରାରେ କୌଣସି ବିଶ୍ରାମ ଗୃହ ନଥିବାବେଳେ ଖୋଲା କଂକ୍ରିଟ ଚାନ୍ଦନା ପାଲଟିଛି ଆଶ୍ରୟ ସ୍ଥଳ । ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏପରିକି ଚଣ୍ଡେଶ୍ୱର ସରପଞ୍ଚ ସୁଧାକର ମହାପାତ୍ର ଏ ସବୁ ସମସ୍ୟା ଦେଖୁଥିବାବେଳେ ଚୁପଚାପ ରହୁଛନ୍ତି । କୌଣସି ପ୍ରକାରର ଅସ୍ଥାୟୀ ଟେଣ୍ଟ କିମ୍ବା ଛାମ୍ବୁଡ଼ିଆ ବି ନାହିଁ । ପଞ୍ଚାୟତ ପରିସରରେ ରେସନ ସାମଗ୍ରୀ ପାଇଁ ଧାଡି ବାନ୍ଧି ଛିଡା ହେଲେ ବି ପାଳି କେତେବେଳେ ପଡିବ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । ଏପରିକି ସାମାଜିକ ଦୂରତା ରକ୍ଷା ପାଇଁ ବୃତ୍ତ ଚିହ୍ନିତ ଚିହ୍ନ ଦେଖିବାକୁ ମିଳୁନାହିଁ । ଅପର ପକ୍ଷରେ ମହାମାରୀ କରୋନା ଖୋର୍ଦ୍ଧା ଜିଲ୍ଲାର ଗଳିକନ୍ଦିରେ ପ୍ରବେଶ କରି ନିଜର ଆତଙ୍କ ସୃଷ୍ଟି କରୁଥିବାବେଳେ ରାଜ୍ୟ ସରକାର ଏଥିପାଇଁ ପଞ୍ଚାୟତ ସରପଞ୍ଚ ମାନଙ୍କୁ ପୁନର୍ବାର ଜିଲ୍ଲାପାଳ କ୍ଷମତା ଦେବା ଏବଂ ଏହି ନିୟମର ଅପବ୍ୟବହାର କରୁଛନ୍ତି ଚଣ୍ଡେଶ୍ୱର ସରପଞ୍ଚ ସୁଧାକର ମହାପାତ୍ର । ଅପରପକ୍ଷରେ ଆମ ପ୍ରତିନିଧି ଚଣ୍ଡେଶ୍ୱର ସରପଞ୍ଚଙ୍କର ମତାମତ ଲୋଡିଥିଲେ ବି କୌଣସି ଉତ୍ତର ମିଳିନାହିଁ କିନ୍ତୁ ଚଣ୍ଡେଶ୍ୱର ପଞ୍ଚାୟତ ଯୋଗାଣ ସହାୟକ କହିଥିଲେ କି ବର୍ତ୍ତମାନ ୟେ ମହାମାରୀ ସମୟରେ ଆମେ ମଧ୍ୟ ଭୟଭୀତ କାରଣ ସରକାର ପିଏସ୍ ମେସିନ ଦ୍ୱାରା ଆଙ୍ଗୁଠି ଛାପ ନେବା ବିଳମ୍ବ ପ୍ରକ୍ରିୟା ସହ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ତେଣୁ ଆମେ ଯେତେ ଚେଷ୍ଟା କଲେ ବି କୋଉଠି ପରିସ୍ଥିତି ରେ ଲୋକମାନେ ବୁଝିବାକୁ ନାରାଜ । ୟେ ଦିଗରେ ସରକାର ଆଙ୍ଗୁଠି ଛାପ ଆଧାର ସଂଯୋଗୀକରଣ ନକରି କେବଳ ଦସ୍ତଖତ ମାଧ୍ୟମରେ ଦେଇପାରିଲେ ହୁଏତ ଭୟ ରହିବ କମ । ତୁରନ୍ତ ୟେ ଦିଗରେ ଜିଲ୍ଲାପାଳ ଖୋର୍ଦ୍ଧା, ଚିଲିକା ବିଡ଼ିଓ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି ।