ଫାଲକନ ଫିଡ୍ସ ଡକାୟତି ଘଟଣାର ପର୍ଦ୍ଦାଫାସ,ଦୁଇ ଡ଼କାୟତ ଗିରଫ ନଗଦ ୧୨ ଲକ୍ଷ ସହ ଚୋରି ଜିନିଷ ଉଦ୍ଧାର

ଟାଙ୍ଗୀ,୦୯/୦୫(ବିନୁ ଦାସ୍):- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡି ଛକ ନିକଟରେ ଥିବା ଫାଲକନ ଫିଡ୍ସରୁ ଗତ ଦୁଇ ତାରିଖ ଏବଂ ତିନି ତାରିଖରେ ଦୁଇଟି ଟ୍ରକ ଯୋଗେ ୫୨ ଲକ୍ଷ ଟଙ୍କାର ୨୪୦୦ ବସ୍ତା ମାଛ ଖାଦ୍ୟ ଦୁଇଟି ଟ୍ରକ ଯୋଗେ ପଶ୍ଚିମବଙ୍ଗ ରପ୍ତାନି ହେଉଥିବା ବେଳେ ଟ୍ରକ ଦୁଇଟି ପହଁଚିନଥିଲା। ପରବର୍ତ୍ତୀ ସମୟରେ ଟାଙ୍ଗୀ ଥାନାରେ କମ୍ପାନୀ ତରଫରୁ ଏକ ଲିଖିତ ଅଭିଯୋଗ ହୋଇଥିଲା। ବର୍ତ୍ତମାନ କୋଭିଡ କଟକଣା ସମୟରେ ପୋଲିସକୁ ଡ଼କାୟତ ଗ୍ୟାଙ୍ଗକୁ ଧରିବା ଏକ ବଡ଼ ଚାଲେଞ୍ଜ ଥିଲା କିନ୍ତୁ ଘଟଣାକୁ ଗୁରୁତର ସହ ଟାଙ୍ଗୀ ପୋଲିସ ଗତ ତିନି ତାରିଖରେ କେଶ ନମ୍ବର ୧୪୪ ରେ ଏକ ଏତଲା ଗ୍ରହଣ କରି ଆଇପିସି ୪୦୭/୩୪ ଦଫାରେ ଏକ ମକଦ୍ଦମା ରୁଜୁ କରି ଅନୁସନ୍ଧାନ କରିଥିଲା। ଟାଙ୍ଗୀ ଥାନାଧିକାରୀ ସରୋଜ ଉପାଧ୍ୟାୟ ଏକ ଉଚ୍ଚସ୍ତରୀୟ ଟିମ୍ ଗଠନ କରି ଦୁଇ ଜଣ ଡ଼କାୟତଙ୍କୁ ଗିରଫ କରିବା ସହ ନଗଦ ୧୨ଲକ୍ଷ ଟଙ୍କା ଏବଂ ଏକ ନମ୍ବର ବିହୀନ ଚୋରା ଟ୍ରକ ସହ ସମ୍ପୂର୍ଣ୍ଣ ୫୧ ଲକ୍ଷ ଟଙ୍କାର ଚୋରି ହୋଇଥିବା ମାଛ ଖାଦ୍ୟ ବସ୍ତା ଜବତ କରିଛି। ଏହି ଉଚ୍ଚସ୍ତରୀୟ ତଦନ୍ତ ଖୋର୍ଦ୍ଧା ଡ଼ିଏସପି ସୁଜିତ ପଣ୍ଡା ଏବଂ ଅତିରିକ୍ତ ଡ଼ିଏସପି ସୁରେଶ କୁମାର ଦାସ୍ ଏବଂ ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ରାଜନଗର ବାସିନ୍ଦା ଆଲୋକ ପ୍ରଧାନ ଏବଂ ବାସୁଦେବ ପୁର ଭଦ୍ରକ ଅଞ୍ଚଳର ଗଣେଶ ଭଞ୍ଜ କୁ ଗିରଫ କରିଛି ଟାଙ୍ଗୀ ପୋଲିସ । ଡିଏସପି ସୁଜିତ ପଣ୍ଡା କହିଛନ୍ତି କି ଦୁଇଟି ଚୋରି ଟ୍ରକ ରୁ ଗୋଟିଏ ଜବତ ହୋଇଥିବା ବେଳେ ଅନ୍ୟ ଟ୍ରକଟି ଖୁବଶୀଘ୍ର ପୋଲିସ ତାର କବଜା କୁ ଆଣିବ ବୋଲି ସୂଚନା ଦେଇଛନ୍ତି।ଅପରପକ୍ଷରେ ଟାଙ୍ଗୀ ପୋଲିସ ର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସନୀୟ ହୋଇପାରିଛି।