ରାଜ୍ୟରେ ବଢିବ କି ଲକ୍‌ଡାଉନ୍‌ ? ସଂଧ୍ୟା ୬.୩୦ରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସ୍‌ମିଟ୍‌

ଭୁବନେଶ୍ୱର ୩୦।୦୫: ବଡ଼ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ରବିବାର ଦିନ ସଂଧ୍ୟା ୬.୩୦ରେ କରୋନା ଜନିତ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ସୋମବାର ଦିନ ଶେଷ ହେଉଛି । ତେଣୁ ଲକ୍‌ଡାଉନ୍‌ କି କରୋନା ସ୍ଥିତି ନେଇ କିଛି ବି ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ।

ଓଡ଼ିଶାରେ କରୋନା ସଂକ୍ରମଣ ସାମାନ୍ୟ କମିଛି । ଲଗାତାର ୩ ଦିନ ହେବ ଦୈନିକ ସଂକ୍ରମଣ ୭ହଜାର ପାଖାପାଖି ରହୁଛି । ହେଲେ ଏଥିରେ ଉତ୍ସାହିତ ହୋଇ ଢିଲା ହେବାର ସମୟ ଆସିନାହିଁ । ସାମାନ୍ୟ ଢିଲାପଣ ସାରା ରାଜ୍ୟକୁ ମହଙ୍ଗା ପଡ଼ିବ । ସଂକ୍ରମଣ ହାର ୫ ପ୍ରତିଶତକୁ ନ ଖସିବା ପର୍ଯ୍ୟନ୍ତ ରାଜ୍ୟରେ କଟକଣା କୋହଳ କରିବା ଠିକ୍‌ ନୁହେଁ । ମୃତ୍ୟୁ ସଂଖ୍ୟା ବି କମୁନି । ତେଣୁ ଜୁନ୍‌ ପହିଲାରେ ଶେଷ ହେଉଥିବା ଲକଡାଉନ ଅବଧିକୁ ଆହୁରି ବଢ଼ାଇବାକୁ ହେବ । ଏଭଳି ମତ ରଖୁଛନ୍ତି ବିଶେଷଜ୍ଞ । ତେବେ ଜୀବନ ସହ ଜୀବିକାକୁ ମଧ୍ୟ ଗୁରୁତ୍ୱ ଦେଇ ବିଭିନ୍ନ ଦିଗରେ ବିଚାର କରୁଛନ୍ତି ରାଜ୍ୟ ସରକାର। ସମ୍ଭବତଃ ଯେଉଁ ଜିଲ୍ଲାଗୁଡ଼ିକରେ ବର୍ତ୍ତମାନ ସଂକ୍ରମଣ ଦ୍ରୁତ ହାରରେ ଖସୁଛି କିମ୍ବା ପଜିଟିଭ୍‌ ହାର ୧୦% ପାଖାପାଖି ଅଛି, ସେଠାରେ ଲକଡାଉନ କଟକଣା ସାମାନ୍ୟ କୋହଳ ହୋଇପାରେ ।