ଟାଙ୍ଗୀ:୨୯/୦୫(ବିନୁ ଦାସ୍):ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ପ୍ରଭାବହୀନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରୁଛି ଜିଲ୍ଲା ପ୍ରଶସନ । ପ୍ରାପ୍ତ ସୂଚନା ମୁତାବକ ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଗ୍ରାମପଞ୍ଚାୟତ ହନୁମନ୍ତ ଗ୍ରାମକୁ ଗୋଷ୍ଠୀ ସଂକ୍ରମଣ ଭୟରେ ସରପଞ୍ଚ ସୁଜାତା ବିଶ୍ବାଳଙ୍କ ସୁପାରିଶ କ୍ରମେ ଉପଜିଲ୍ଲାପାଳ ଖୋର୍ଦ୍ଧା ୧୦ ଦିନିଆ କଣ୍ଟେନ ମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ଅର୍ଡର ନମ୍ବର ୨୮୨୩ ମୁତାବକ ୨୯ ତାରିଖ ରାତି ୭ ଘଟିକାରୁ ଜୁନ୍ ସାତ ତାରିଖ ପର୍ଯ୍ୟନ୍ତ ୧୦ ଦିନିଆ କଣ୍ଟେନ ମେଣ୍ଟ ଜୋନ୍ ଘୋଷଣା ହୋଇଛି।ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ। ସରକାରୀ ସ୍ତରରେ ତିନିଜଣ କୋଭିଡ ପଜିଟିଭ ରୋଗୀ ବାହାରିଥିବା ବେଳେ ବେସରକାରୀ ସ୍ତରରେ ଅଧିକ ହୋଇପାରେ ବୋଲି ଆଶା କରୁଛି ପ୍ରଶାସନ।ହନୁମନ୍ତ ଗ୍ରାମକୁ ପ୍ରବାସୀ ଓଡ଼ିଆ ବହୁ ସଂଖ୍ୟାରେ ଆସିଥିବା ବେଳେ ସରକାରୀ କଟକଣା ନାହିଁ ଯାହାକି ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତୁରନ୍ତ ଏ ଦିଗରେ ପ୍ରଶାସନ କଣ୍ଟାକ୍ଟ ଟ୍ରେସିଂ କରି ପ୍ରବାସୀ ଓଡ଼ିଆଙ୍କ କୋଭିଡ ଟେଷ୍ଟ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।