ଟାଙ୍ଗୀ:୨୮/୦୫(ବିନୁ ଦାସ୍):ଦିନକୁ ଦିନ ମହାମାରୀ କରୋନାର ଉଗ୍ରରୂପ ଥମିବାର ନାଁ ଧରୁନି ସେଥିପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି । ଏପରିକି ଗୋଷ୍ଠୀ ସଂକ୍ରମଣକୁ ରୋକ ଦେବାକୁ ଲକ୍ ଡାଉନ ,ସଟ୍ ଡାଉନ ସହ ସ୍ଥାନେ ସ୍ଥାନେ କଣ୍ଟେନ ମେଣ୍ଟ ଜୋନ୍ ଘୋଷଣା କରି ରୋକ ଦେବାକୁ ଚେଷ୍ଟା କଲେବି କିଛି ଅମାନିଆଁ ବିନା କାରଣରେ ବିଭିନ୍ନ ବାହାନା ଦେଖାଇ ବୁଲିବାରେ ବ୍ୟସ୍ତ । ଏଥିପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିଛି ଟାଙ୍ଗୀ ପୋଲିସ ।
ପ୍ରାପ୍ତ ସୂଚନା ମୁତାବକ ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଶୁକ୍ରବାର ଦିନ ବିଭିନ୍ନ ସ୍ଥାନରେ କଡା ଚେକିଂ କରି ମାସ୍କ ବାବଦରେ ୪୪୦୦ ଟଙ୍କା ଜୋରିମାନା ଆଦାୟ କରିଥିବା ବେଳେ ବିନା କାରଣରେ ଗାଡି ଧରି ବୁଲୁଥିବା ଅମାନିଆଁ ଗାଡି ଚାଳକ ମାନଙ୍କ ଠାରୁ ୪୮ହାଜର ଟଙ୍କାର ଚାଲାଣ ଜୋରିମାନା ଆଦାୟ କରିଥିବା ସହ ତିନି ଜଣ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରିଛି ଟାଙ୍ଗୀ ପୋଲିସ । ଅପର ପକ୍ଷରେ ଟାଙ୍ଗୀ ଥାନାଧିକାରୀ ଆମ ପ୍ରତିନିଧିଙ୍କୁ କହିଛନ୍ତିକି ଲୋକମାନେ ସରକାରଙ୍କ ନିୟମ ମାନି ଘରେ ରୁହନ୍ତୁ ।
ଆବଶ୍ୟକ ନଥିଲେ ଘରୁ ବହାରନ୍ତୁ ନାହିଁ । ବଜାର ଅଞ୍ଚଳରେ ଗାଡି ଧରି ବୁଲିଲେ ଆସନ୍ତା କାଲି ଠାରୁ ଗାଡି ଜବତ କରିବ ଟାଙ୍ଗୀ ପୋଲିସ । ଥାନାଧିକାରୀ ବିଜୟ ମଲ୍ଲିକ ଅଞ୍ଚଳବାସୀଙ୍କୁ କହିଛନ୍ତି କି ଏଣିକି ଅମାନିଆଁ ହେଲେ ନିସ୍ତାର ନାହିଁ ତେଣୁ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ଏହା ସହ ସରକାର ଜାରି କରିଥିବା କୋଭିଡ ନିୟମାବଳୀକୁ ପାଳନ କରନ୍ତୁ ନଚେତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ଏଥିପ୍ରତି ଜନସାଧାରଣ ସହଯୋଗ କରନ୍ତୁ ବୋଲି କହିଛନ୍ତି ଥାନାଧିକାରୀ ।