ଚର୍ଚ୍ଚାରେ ଟାଙ୍ଗୀ ନୂତନ ଥାନାଧିକାରୀ : କୋଭିଡରେ ମୃତକଙ୍କୁ କବର ଦେଲା ଟାଙ୍ଗୀ ପୋଲିସ

ଟାଙ୍ଗୀ:-୨୮/୦୫(ବିନୁ ଦାସ୍): କୋଭିଡ ସଂକ୍ରମଣ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ଜଣେ ମୁସଲମାନ ଯୁବକଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକଙ୍କ ଗୁହାରୀ ପରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ମୁତାବକ ଏହି ଯୁବକର ଶବ କୁ ମୃତକଙ୍କ ଗାଁ ଶ୍ମଶାନରେ କବର ଦେବାପାଇଁ ଅନୁମତି ମିଳିଥିଲା । ହେଲେ ମୃତକ ର ପରିବାର ଓ ଆତ୍ମୀୟ ସ୍ୱଜନ ଏଥିରେ ସାମିଲ ପାଇଁ ଅନୁମତି ଦେଇନଥିଲା ପ୍ରଶାସନ ।

ଏହି ଦାଇତ୍ଵ ଟାଙ୍ଗୀ ଥାନା ନିରୀକ୍ଷକ , ଟାଙ୍ଗୀ ମେଡିକାଲ ସୁପରିନଟେଣ୍ଡେଣ୍ଟ ଏବଂ ଟାଙ୍ଗୀ ତହସିଲଦାରଙ୍କୁ ଦେଇଥିଲା ପ୍ରଶାସନ । ସେହି ଅନୁସାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ସମାପନ ହୋଇଛି । ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ଥ ସାନ-ରାଉତପଡା ଗାଁରେ ସାନ-ରାଉତପଡା ଗାଁର ଜଣେ ମୁସଲମାନ ଯୁବକ ହେଉଛନ୍ତି ହବିବ୍ ଖାଁ । କିଛି ଦିନ ତଳେ କୋଭିଡ ସଂକ୍ରମିତ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସା ହେଉଥିଲେ ।

ଗତକାଲି ହବିବ୍ ଖାଁର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ମୁତାବକ ଟାଙ୍ଗୀ ଥାନା ନିରୀକ୍ଷକ ବିଜୟ କୁମାର ମଲ୍ଲିକ , ଟାଙ୍ଗୀ ମେଡିକାଲ ସୁପରିନଟେଣ୍ଡେଣ୍ଟ ଡାକ୍ତର ଜିତେନ୍ଦ୍ର ସାହୁ , ଟାଙ୍ଗୀ ଭାରପ୍ରାପ୍ତ ତହସିଲଦାର ସରତ କୁମାର ଦେହୁରୀ , ଟାଙ୍ଗୀ ଥାନାର କମ୍ପ୍ୟୁଟର ଆଟେଡାଣ୍ଟ୍ ସୂର୍ଯ୍ୟ କୁମାର ମହାପାତ୍ର ପ୍ରମୁଖ ପିପିପି କିଟ୍ ପିନ୍ଧି କୋଭିଡ ନିୟମାନୁସାରେ ନିର୍ଦ୍ଦିଷ୍ଟ ସ୍ଥାନରେ ମୃତ ଶରୀରର କବର ଦେଇଥିଲେ ।

ସ୍ଥାନୀୟ ପ୍ରଶାସନର ଏଭଳି ପଦକ୍ଷେପକୁ ସାଧାରଣ ଜନତା ଶୁଭେଚ୍ଛା ଜଣାଇଛନ୍ତି । ଅଞ୍ଚଳବାସୀ ଏହି ମହତ କାର୍ଯ୍ୟକୁ ସାଧାରଣ ରେ ଜନ ମାନର ପ୍ରିୟ ଭାଜନ ହୋଇଛନ୍ତି ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ।