ଭୁବନେଶ୍ବର: ରାଜ୍ୟର ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାର। ମେ ୩୧ ଯାଏଁ ରାଜ୍ୟର ସବୁ ସରକାରୀଙ୍କ ଛୁଟି ବାତିଲ କରାଯାଇଛି। ଏଥିସହ ସମସ୍ତ ସରକାରୀ କର୍ମଚାରୀଙ୍କୁ ହେଡ୍ କ୍ୱାର୍ଟର୍ସ ଛାଡ଼ି ନଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।
ଏଥିସହ ଛୁଟି ନେଇଥିବା କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ୍ କଲେ ରାଜ୍ୟ ସରକାର। ଛୁଟି ନେଇଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ନେଇଛନ୍ତି ସରକାର। ବାତ୍ୟା ୟାସ୍ର ମୁକାବିଲା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।
୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ‘ୟାସ’ ସ୍ଥଳଭାଗ ଅତିକ୍ରମ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ପାରାଦୀପ-ସାଗରଦ୍ୱୀପ ମଝିରେ ବାଲେଶ୍ୱର ପାଖାପାଖରେ ବାତ୍ୟା ‘ୟାସ’ ଲ୍ୟାଣ୍ଡଫଲ କରିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର୍. ବିଶ୍ୱାସ। ବାତ୍ୟା ଲ୍ୟାଣ୍ଡଫଲ ପୂର୍ବରୁ ଅର୍ଥାତ ୨୫ ତାରିଖରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ଢେଙ୍କାନାଳ, ଗଞ୍ଜାମ, କଟକ, ପୁରୀ ଓ ଖୋର୍ଦ୍ଧା ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାନା ରହିଛି।