କାଳୁପଡ଼ାଘାଟ : ଏଟିଏମ୍ ଭାଙ୍ଗିଲା ଲୁଟେରା, ସନ୍ତକ ଭାବରେ ସାଇକେଲ ଛାଡି ଫେରାର

କାଳୁପଡ଼ା ଘାଟ:୨୪/୦୫(ବିନୁ ଦାସ୍) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ଥ କାଳୁପଡ଼ା ଘାଟ ସିଣ୍ଡିକେଟ/କାନାଡ଼ା ବ୍ୟାଙ୍କ ପରିସରରେ ଥିବା ଏଟିଏମ୍ ଭାଙ୍ଗିବାରେ ସଫଳ ହୋଇଛି ଲୁଟେରା । ରାଜ୍ୟରେ ଲକ୍ ଡାଉନ ଏବଂ ସଟ୍ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ନିଛାଟିଆ ସୁଯୋଗ ଦେଖି ରବିବାର ରାତିରେ କେହି ଦୁବୁର୍ତ୍ତ ସାଇକେଲ ଯୋଗେ ଆସି ଏଟିଏମ୍ଟି ଭାଙ୍ଗିଦେଇଥିଲେ ମଧ୍ୟ ଲୁଟ କରିବାରେ ବିଫଳ ହୋଇଛି ।

ଅପରପକ୍ଷରେ ଲୁଟେରାର ଗତିବିଧି ସମ୍ପୂର୍ଣ୍ଣ ରୂପେ ସିସି ଟିଭି କ୍ୟାମେରାରେ କଏଦ ହୋଇଥିବାବେଳେ ଏ ସମ୍ପର୍କରେ ଟାଙ୍ଗୀ ଥାନାରେ କାଳୁପଡ଼ା ଘାଟ ସିଣ୍ଡିକେଟ/କାନାଡ଼ା ବ୍ୟାଙ୍କ ଶାଖା ପରିଚାଳକ ଏକ ମାମଲା ରୁଜୁ କରିଛନ୍ତି । ଖବର ଲେଖାହେବା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ନଥିବାର ଦେଖାଯାଇଛି ସାଧାରଣ ଜନତାଙ୍କ ବିଶ୍ୱାସ ଯେ ଯୋଗ ଦେଇଥିବା ନୂତନ ଟାଙ୍ଗୀ ଥାନାଧିକାରୀ ବିଜୟ କୁମାର ମଲ୍ଲିକ ଏଟିଏମ୍ ଲୁଟେରାକୁ କାବୁ କରିବାରେ ସଫଳ ହେବେ।

ଅପର ପକ୍ଷରେ କାଳୁପଡ଼ା ଘାଟ ଅଞ୍ଚଳରେ ୪ ଗୋଟି ଏଟିଏମ୍ ଥିଲେ ବି ରାତ୍ରିକାଳୀନ ସୁରକ୍ଷା ପାଇଁ କେହି ବ୍ୟକ୍ତିଗତ ସୁରକ୍ଷା କର୍ମୀ କିମ୍ବା ସ୍ଥାନୀୟ ପୋଲିସର ପେଟ୍ରୋଲିଂ ରହୁନି । ଅଞ୍ଚଳବାସୀ ନିବେଦନ କରିଛନ୍ତି କି ତୁରନ୍ତ କାଳୁପଡ଼ା ଘାଟ ଅଞ୍ଚଳରେ ରାତ୍ରିକାଳୀନ ପେଟ୍ରୋଲିଂ ପାଇଁ ସବୁଦିନିଆ ପୋଲିସ ସୁରକ୍ଷା ଯୋଗାଇଦେବାକୁ ନୂତନ ଥାନାଧିକାରୀ ଙ୍କୁ ନିବେଦନ କରିଛନ୍ତି । ଏଟିଏମ୍ ଲୁଟେରା ନିଜର ସାଇକେଲ ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରିଛି ।