ଟାଙ୍ଗୀ ୨୧/୦୫(ବିନୁ ଦାସ୍): ଅନ୍ଧାର ରାତିରେ ମାଙ୍କଡା ପଥର ଖଣିରେ ବେଶ ବଦଳାଇ ବାଲୁଗାଁ ଏସ୍ଡିପିଓଙ୍କର ରେଡ୍ କରି ପଥର ବୋଝେଇ ଟ୍ରକ ଜବତ । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ତହସିଲ ଅଧିନସ୍ଥ ତଳଗଡ କୁହୁଡି ମୌଜା ଥିବା ବେଆଇନ ପଥର ଖଣି (ଚଣ୍ଡେଶ୍ୱର ଛକ ନିକଟରେ)ଜବତ ଟ୍ରକ ମାଲିକ ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଚର୍ଚ୍ଚିତ ବ୍ୟକ୍ତି । ଚଣ୍ଡେଶ୍ୱର ଛକରୁ ଯେଉଁ ସବୁ ଟ୍ରକ ଟ୍ରାକ୍ଟରରେ ମାଙ୍କଡା ପଥର ଚୋରା ଚାଲଣ ହୋଇଥାଏ ତାହାର ସଭାପତି ସହ ଶାସକ ଦଳର ଯୁବନେତା । ବାରମ୍ବାର ଅଞ୍ଚଳବାସୀ ଅଭିଯୋଗ କରି ଆସୁଥିଲେ କିନ୍ତୁ ଖଣିମାଫିଆଙ୍କର ବିରୁଦ୍ଧରେ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ହେଉନଥିଲା କିନ୍ତୁ ଅଞ୍ଚଳରେ ସିଙ୍ଘମ୍ ଅଫିସର ମାନସ ରଞ୍ଜନ ବାରିକ ଯୋଗ ଦେବାରୁ ଚିଲିକା ଅଞ୍ଚଳରେ ଦୁର୍ନୀତିଖୋରଙ୍କ ବେକରେ ଲଗାମ ଲାଗୁଥିବାର ଦେଖାଯାଉଛି। ଯାହା ଫଳରେ ଅଞ୍ଚଳବାସୀ ଏସ୍ଡିପିଓ ମାନସ ରଞ୍ଜନ ବାରିକଙ୍କୁ ସାଧୁବାଦ ଦେବାସହ ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିଛନ୍ତି।