ଚାଷୀଙ୍କ ଖାତାକୁ ଗଲା ପିଏମ କିଷାନ ଟଙ୍କା

ନୂଆଦିଲ୍ଲୀ : ପିଏମ କିଷାନ ସମ୍ମାନନିଧି ଯୋଜନାରେ କେନ୍ଦ୍ରର ସହାୟତା । ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଗଲା । ପିଏମ କିଷାନ ସମ୍ମାନନିଧି ଯୋଜନାରେ ଅଷ୍ଟମ କିସ୍ତି ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ହେବାକୁ ଥିବା ଏହି ସମାରୋହରେ ଦେଶର ପ୍ରାୟ ୯.୫ କୋଟି କୃଷକଙ୍କ ଖାତାକୁ ୧୯ ହଜାର କୋଟି ଟଙ୍କା ପଠାଗଲା ।

ବର୍ତମାନ ସୁଦ୍ଧା ଏହି ଯୋଜନାରେ ୧ ଦଶମିକ ୧୫ ଲକ୍ଷ କୋଟି ଟଙ୍କା କୃଷକଙ୍କ ଖାତାକୁ ଯାଇସାରିଲାଣି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ପ୍ରତ୍ୟେକ ବର୍ଷ ଯୋଗ୍ୟ ହିତାଧିକାରୀଙ୍କୁ ୬ ହଜାର ଟଙ୍କା ଦିଆଯାଉଛି । ଏହି ଟଙ୍କା ପ୍ରତ୍ୟେକ ବର୍ଷ ୪ ମାସ ଅନ୍ତରରେ ୩ଟି କିସ୍ତିରେ ଆସୁଛି । ସପ୍ତମ କିସ୍ତି ଗତବର୍ଷ ୨୫ ଡିସେମ୍ବରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀରେ ପଠାଯାଇଥିଲା । ଏହା ଡିବିଟି ଜରିଆରେ ସିଧା କୃଷକଙ୍କ ଖାତାକୁ ଯାଇଥାଏ ।

ସୁଚନାଯୋଗ୍ୟ, ଏହା ଅଧୀନରେ ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ପ୍ରତ୍ୟେକ ବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥାଏ । ଏ ବିଷୟରେ ଅଧିକ ଜାଣିବା ପାଇଁ ଆପଣମାନେ ‘pmkisan.gov.in’ ୱେବସାଇଟକୁ ଯାଇ ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ । ୱେବସାଇଟର ଡାହାଣ ପାଖରେ ‘ଫାର୍ମର କର୍ଣ୍ଣର’ ଉପରେ କ୍ଲିକ କରନ୍ତୁ । ଏହାପରେ ‘ଫାର୍ମର କର୍ଣ୍ଣର’ ଉପରେ ଥିବା ‘ବେନିଫିସିଆରି ଷ୍ଟାଟସ’ ଉପରେ କ୍ଲିକ କରନ୍ତୁ । ଏହାପରେ ନୂଆ ପେଜରେ ଆପଣଙ୍କର ଆଧାର ନମ୍ବର କିମ୍ବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବାକୁ ହେବ । ତା’ପରେ ‘ଗେଟ୍ ଡାଟା’ ଉପରେ କ୍ଲିକ୍ କରିବା ପରେ ଆପଣ ନିଜର ସମସ୍ତ ସୂଚନା ପାଇପାରିବେ ।