ଭୁବନେଶ୍ୱର,୧୨।୫:ଓଡିଶାରେ ୧୪ ତାରିଖରେ ପାଳନ ହେବ ପବିତ୍ର ‘ଇଦ୍’ ପର୍ବ। ଅଞ୍ଜୁମନ୍ ଇସଲାମିଆ ଏହଲେ ସୁନତ ଅଲ ଜମାତ ଚାନ୍ଦ କମିଟି ପକ୍ଷରୁ ଏହାର ଘୋଷଣା କରାଯାଇଛି। ଶୁକ୍ରବାର ଦିନ ସମଗ୍ର ଓଡ଼ିଶାରେ ପାଳନ ହେବ ଇସଲାମ ଧର୍ମାବଲମ୍ବୀଙ୍କ ଇଦ୍ ପର୍ବ। ଦେଶର କୌଣସି ସ୍ଥାନରେ ଚାନ୍ଦ ଦେଖାଯାଇ ନ ଥିବାରୁ ଆସନ୍ତା ଶୁକ୍ରବାର ଦିନ ଇଦ୍ ପର୍ବ ପାଳନ କରାଯିବ ବୋଲି କମିଟି ପକ୍ଷରୁ ଘୋଷଣା କରାଯାଇଛି।
କୋଭିଡ୍ କଟକଣା ମଧ୍ୟରେ ମସଜିଦ୍ରେ ନମାଜ ପାଠ ହେବ। ମସଜିଦ୍ରେ ସମୂହ ନମାଜ ପାଠ କରାଯିବ ନାହିଁ। ଇମାନଙ୍କ ସହ କେବଳ ୫ ଜଣ ନମାଜ ପାଠ କରିବେ। କମିଟିର ସଭାପତି ମହମ୍ମଦ ଅବଦ୍ଦୁଲ ଆହେଦ ଏହାର ଘୋଷଣା କରିଛନ୍ତି।