ଭୟ କଲେ କରୋନା ବଢିବ ରାଜ୍ୟ ସରକାରଙ୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । କଟକ ଉତ୍କର୍ଷ ଜାତୀୟ ମାନସିକ ରୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକ ସାରଦା ସ୍ୱାଇଁ ମାନସିକ କୋଭିଡରେ ମାନସିକ ସ୍ୱାସ୍ଥ୍ୟ ନେଇ କହିଛନ୍ତି ଯେ, କରୋନା ରୋଗୀ ଭୟଭୀତ ହେଲେ ରୋଗ ଅଧିକ ଆକ୍ରାନ୍ତ କରିବ । ମାନସିକ ରୋଗୀ, ବୟସ୍କ, ଦୁର୍ବଳ ରୋଗୀ, ଛାଟପିଲା ଅନିଦ୍ରା ରହୁଛନ୍ତି । ଛାନିଆ ଭାବ ନରଖି ସାମୟିକ ଭାବେ କୋଭିଡ ପ୍ରତି ସଚେତନ ରୁହନ୍ତୁ । କାରଣ ଭୟଭୀତ ହେଲେ, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ । ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେଲେ କରୋନା ଅଧିକ ଆକ୍ରାମକ ହୁଏ । ଏନେଇ ଆଦୌ ଭୟ ନକରି ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରନ୍ତୁ । ନିଜକୁ ବିଭିନ୍ନ କାମରେ ନିୟୋଜିତ କରନ୍ତୁ ଓ ଶାରୀରିକ ପରିଶ୍ରମ କରନ୍ତୁ । ଡାକ୍ତରୀ ଔଷଧ ସହ ଯୋଗ, ପ୍ରାଣାୟମ, ୱାକିଂ କରିବା ମଧ୍ୟ ଉଚିତ । ମାନସିକ ରୋଗୀ କରୋନା ଆକ୍ରାନ୍ତ ହେଲେ ଉଭୟ ଔଷଧ ଖାଇପାରିବେ । କରୋନା ପାଇଁ ଔଷଧ ଓ ମାନସିକ ରୋଗ ପାଇଁ ଔଷଧ ଖାଇପାରିବେ । ମାନସିକ ରୋଗୀ ମଧ୍ୟ ଟିକା ନେଇପାରିବେ ବୋଲି ପ୍ରଫେସର ସ୍ୱାଇଁ କହିଛନ୍ତି ।

ବର୍ତ୍ତମାନ କୋଭିଡ ସମୟରେ ଲୋକଙ୍କ ମଧ୍ୟରେ ଅହେତୁକ ଭୟ ରହୁଛି । ଆଗରୁ ମାନସିକ ରୋଗ ଥିଲେ ପ୍ରଭାବିତ ହେବାର ଆଶଙ୍କା ରହିଛି । ସବୁବେଳେ ନିଜକୁ ନିୟୋଜିତ କରି ରଖିବାକୁ ଚେଷ୍ଟା କରନ୍ତୁ ବୋଲି ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି ।

ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ପାଳନ କରିବେ । ସବୁ ଜିଲ୍ଲାରେ ମାନସିକ ସ୍ୱାସ୍ଥ୍ୟ ସଂପର୍କିତ ଯାନ ଯୋଗାଇ ଦିଆଯାଇଛି । ସାକ୍ଷାତ ଓ ଭିଡିଓ କଲରେ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି । ଭ୍ରାମ୍ୟମାଣ ଯାନ ମାନସିକ ରୋଗୀଙ୍କ ନିକଟରେ ଔଷଧ ପହଂଚାଇବାର ବ୍ୟବସ୍ଥା ରହିଛି ।

କରୋନା ରୋଗୀ ଭୟଭୀତ ହେଲେ ରୋଗ ଅଧିକ ଆକ୍ରାନ୍ତ କରିବାର ଆଶଙ୍କା ରହିଛି । ଭୟଭୀତ ହେଲେ, ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ହ୍ରାସ ପାଇପାରେ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଲେ କରୋନା ଅଧିକ ଆକ୍ରାମକ ହୁଏ । ତେଣୁ ଭୟ ନକରି ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରନ୍ତୁ । ନିଜକୁ ବିଭିନ୍ନ କାମରେ ନିୟୋଜିତ କରନ୍ତୁ ଓ ଶାରୀରିକ ପରିଶ୍ରମ କରନ୍ତୁ । ଡାକ୍ତରୀ ଔଷଧ ସହ ଯୋଗ, ପ୍ରାଣାୟମ, ପାଦରେ ଚାଲନ୍ତୁ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।