ଭୁବନେଶ୍ୱର ୧୨।୦୫: ଭୁବନେଶ୍ୱରରେ କରୋନା ସଂକ୍ରମଣ ଏବେ ପିକ୍ରେ ରହିଛି । ସଂକ୍ରମଣ ରୋକିବା ପାଇଁ ବିଏମ୍ସି ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି । ତେବେ ଏସବୁ ଭିତରେ ଭୁବନେଶ୍ୱର ମହାନଗର ନିଗମର କମିଶନର ପ୍ରେମ୍ଚନ୍ଦ୍ର ଚୌଧରୀଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ସଞ୍ଜୟ କୁମାର ସିଂହକୁ ଦାୟିତ୍ୱ ଦିଆଯାଇଛି ।