ଟାଙ୍ଗୀ ୦୮/୦୫(ବିନୁ ଦାସ୍) : ଅକ୍ସିଜେନ୍ ଟ୍ୟାଙ୍କର ଦୁର୍ଘଟଣା । ମେଡିକାଲ ଅକ୍ସିଜେନ୍ ଯାହାକି ଜିନ୍ଦଲ ଷ୍ଟିଲ ପାଓ।ର ସ୍ଥିତ ଅନୁଗୁଳ ରୁ ବିଜୟଓ।ଡା ଯାଉଥିଲା ଏହି ମେଡିକାଲ ଅକ୍ସିଜେନ୍ ଟ୍ୟାଙ୍କର । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ବାଇପାସ୍ ଛକରେ ଘଟିଛି ଦୁର୍ଘଟଣା । ଅଚଳ ଟ୍ୟାଙ୍କର କୁ କାର୍ଯ୍ୟକ୍ଷମ କରିବା ପାଇଁ ଟାଙ୍ଗୀ ପୋଲିସ ଏବଂ ଦମକଳ ବାହିନୀ ର ପ୍ରାଣମୂର୍ଛା ଉଦ୍ୟମ । ଉକ୍ତ ଅକ୍ସିଜେନ୍ ଟ୍ୟାଙ୍କର ବିନା ପୋଲିସ କଡନ୍ ରେ ରାସ୍ତାରେ ଗନ୍ତବ୍ୟ ସ୍ଥଳକୁ ଯାଉଥିଲା ।
ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍ ରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି। ରାସ୍ତାରେ ବିଭିନ୍ନ ସ୍ଥାନରେ One Way ଟ୍ରାଫିକ ବ୍ୟବସ୍ଥା ରହିଛି , ଠିକ୍ ଏତିକି ବେଳେ ଏକ ହାଇୱା ଧକ୍କାରେ ଏହି ଅକ୍ସିଜେନ୍ ଟ୍ୟାଙ୍କର ଦୁର୍ଘଟଣା ହୋଇ ରୋଡ୍ ଡିଭାଇଡର୍ ରେ ଅଟକି ରହିଥିଲା ।
ସୂଚନା ଯୋଗ୍ୟ ଯେ, ଦେଶର ଅନେକ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଅକ୍ସିଜେନ ଅଭାବ ପରିଲିକ୍ଷିତ ହେଉଛି। ତେଣୁ ଏହି ଅଭାବ ପୂରଣ ଲାଗି ଅନେକ ରାଜ୍ୟକୁ ଓଡିଶା ସରକାର ଅକ୍ସିଜେନ ଯୋଗାଇଦେଉଛନ୍ତି।