ମୁମ୍ବାଇ ୦୪। ୦୫ : ବଲିଉଡ଼ୁ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଟ୍ଵିଟର ଆକାଉଣ୍ଟ ସସପେଣ୍ଡ କରାଯାଇଛି । ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରି ଟ୍ଵିଟର ନିୟମ ନମାନିବାର ଅଭିଯୋଗରେ କଙ୍ଗନାଙ୍କ ଟ୍ଵିଟର ଆକାଉଣ୍ଟ ସସପେଣ୍ଡ ହୋଇଥିବା ସୂଚନା ରହିଛି ।
ଗତ କିଛି ଦିନ ହେବ କଙ୍ଗନା ତାଙ୍କ ବିବାଦୀୟ ଟ୍ଵିଟ୍ କାରଣରୁ ଚର୍ଚ୍ଚାରେ ଥିଲେ। ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ସେଠାରେ ହୋଇଥିବା ହିଂସାକାଣ୍ଡକୁ ନେଇ କଙ୍ଗନା ନିଜର ପ୍ରତିକ୍ରିୟା ରଖିଥିଲେ । ଏହାସହ ସେ #BengalVoilence ହାଚ୍ ଟ୍ୟାଗ୍ ଦେଇ କାହାର ନାମ ନନେଇ ଟାର୍ଗେଟ୍ କରିଥିଲେ। କଙ୍ଗନା ତାଙ୍କ ଟ୍ଵିଟରେ ଲେଖିଥିଲେ ଯେ, ଆସାମ ଏବଂ ପଣ୍ଡିଚେରୀରେ ବିଜେପି ଜିତିଛି, କିନ୍ତୁ ସେଠାରୁ କୌଣସି ହିଂସା ଖବର ଆସି ନାହିଁ। ବେଙ୍ଗଲ ନିର୍ବାଚନରେ ଟିଏମସି ଜିତିବା ପରେ ଶହ ଶହ ଲୋକଙ୍କ ମୃତ୍ୟୁ ଖବର ଆସିଛି।