ଭଡୋଦରା: କୋଭିଡ୍ ହସ୍ପିଟାଲ ପାଲଟିଲା ମସଜିଦ୍। ସହରରେ କୋରୋନା ରୋଗୀଙ୍କ ବେଡ୍ ଓ ଅକ୍ସିଜେନ୍ ଅଭାବ ଦେଖାଦେବାରୁ ମସଜିଦକୁ ହସ୍ପିଟାଲରେ ପରିଣତ କରିବାକୁ ନିଷ୍ପତ୍ତି ନେଲେ ମସଜିଦ୍ ପରିଚଳକ। ଏଭଳି ଏକ ମାନବିକତାର ଦୃଶ୍ୟ ଗୁଜୁରାଟର ଜାହାଙ୍ଗୀରପୁରା ମସଜିଦରେ ଦେଖିବାକୁ ମିଳିଛି।
ମସଜିଦର ଜଣେ ପରିଚାଳକ କହିଛନ୍ତି ଯେ, କୋରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ବିଭିନ୍ନ ହସ୍ପିଟାଲରେ ରୋଗୀଙ୍କୁ ବେଡ୍ ଓ ଅକ୍ସିଜେନ୍ ମିଳିପାରୁ ନାହିଁ। ଆଉ ସେଥିପାଇଁ ମସଜିଦ କୁ ୫୦ ବେଡ ବିଶିଷ୍ଟ କୋଭିଡ୍ ହସ୍ପିଟାଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ରମଜାନ ମାସରେ ଏହାଠୁ ବଳି ଆଉ କଣ ପୂଣ୍ୟ କରାଯାଇ ପାରେ ବୋଲି ସେ କହିଛନ୍ତି।
କିଛି ଦିନ ତେଳେ ଗୁଜୁରାଟ ସଭିଲ୍ ହସ୍ପିଟାଲ ର ଏକ ଭିଡିଓ ଭାଇରାଲ ହୋଉଥିଲା। ପ୍ରାୟ ୪୦ଟି ଆମ୍ବୁଲାନ୍ସ କୋରୋନା ରୋଗୀଙ୍କୁ ନେଇ ହସ୍ପିଟାଲ ବାହାରେ ଲାଇନ ଲଗାଇଥିଲେ। ଯାହାକୁ ନେଇ ଗତକାଲି ଗୁଜୁରାଟ ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପରିଚାଳନା ଉପରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।