ନୂଆଦିଲ୍ଲୀ: କାୟା ମେଲାଉଛି ମହାମାରୀ କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଏହାରି ମଧ୍ୟ ଟୀକାକରଣ ଜାରି ରହିଥିବା ବେଳେ ମେ ପହିଲାରୁ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଟିକାକରଣ କରାଯିବ। ଏନେଇ ଆଜି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ପୂର୍ବରୁ ୪୫ ବର୍ଷରୁ ଅଧିକ ବୟସ୍କ ଏବଂ ଅନ୍ୟାନ୍ୟ ରୋଗରେ ପିଡୀତ ଥିବା ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ ନିୟମ ଥିବାବେଳେ । ଏହାକୁ ନେଇ ବିଭିନ୍ନ ରାଜ୍ୟମାନେ ଦାବି କରିଥଲେ କି ଟୀକାକରଣର ବୟସ ସୀମା କମ କରାଯିବା ପାଇଁ ଦାବି କରିଥିଲେ । ଏବେ କରୋନାର ଦ୍ୱିତୀୟ ଲହରର ସଂକ୍ରମଣ ଯୁବ ଗୋଷ୍ଠୀକୁ ସଂକ୍ରମିତ କରୁଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।