ଗଞ୍ଜାମ: ଡ଼କାୟତଙ୍କର ରାଜ, ଲୁଟିନେଲେ ସୁନା ଚେନ୍ ଓ ମୁଦି,ଟଙ୍କା

ଗଞ୍ଜାମ:୮।୦୨, (ବୁଦ୍ଧିରାମ ସାହୁ) ବୁଗୁଡା ଥାନା ଅନ୍ତର୍ଗତ ମୋଟାବଡ଼ି ଗ୍ରାମ ନିକଟରେ କେତକ ଦୁର୍ବୃତ୍ତ ମାନେ ଭଞ୍ଜନଗରର ଓମ୍ ଲଜ୍ ମାଲିକ ଅମରେନ୍ଦ୍ର ପଟ୍ଟନାୟକଙ୍କୁ ଆଘାତ କରି ତାଙ୍କଠାରୁ ଏକ ସୁନାଚେନ୍, ୩ ଟି ସୁନା ମୁଦି ଓ ଟଙ୍କା ଲୁଟି ନେଇଥିବା ଜଣାପଡିଛି । ବୁଗୁଡା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଆହତ ଅମରେନ୍ଦ୍ରଙ୍କୁ ବୁଗୁଡା ମେଡ଼ିକାଲକୁ ଆଣିଥିଲେ । ସେ ଏତେ ଭୟଭୀତ ହୋଇଛନ୍ତି ଯେ କୌଣସି ଉତ୍ତର ଭଲଭାବେ ଦେବା ସମ୍ଭବ ହୋଇପାରିନାହିଁ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । କେଶ ପଞ୍ଜିକୃତ ହୋଇନଥିଲେ ମଧ୍ୟ ପୋଲିସ ଅନୁସନ୍ଧାନ ଜାରି ରଖିଥିବା ଜଣାପଡିଛି ।