ଗଞ୍ଜାମ,୨୪।୧ ଗଞ୍ଜାମ ଗଜପତି ସୀମାନ୍ତ ତପ୍ତପାଣି ଘାଟି ଖେମୁଣ୍ଡିଖୋଳ ଠାରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ଭାରସାମ୍ୟ ହରାଇ ବସର ଗୋଟିଏ ଚକ ବ୍ରିଜ ତଳକୁ ଖସିଯାଇଛି । ଡ୍ରାଇଭର ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ ଦୁର୍ଘଟଣା ଟଳି ଯାଇଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।ସୂଚନା ଅନୁସାରେ ଆଜି ସକାଳେ ଘରୋଇ ବସ୍ ଗଜପତି ଜିଲ୍ଲାର ଚୁଡ଼ଙ୍ଗପୁରରୁ ବ୍ରହ୍ମପୁରକୁ ଆସୁଥିଲା ଖେମୁଣ୍ଡିଖୋଲଠାରେ ଦିଗପହଣ୍ଡି ଘାଟିରେ ଉକ୍ତ ଯାତ୍ରୀବାହୀ ବସ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ଭାରସାମ୍ୟ ହରାଇ ବସର ଗୋଟିଏ ଚକ ବ୍ରିଜ ତଳକୁ ଖସିଯାଇଛି। ତେବେ ଡ୍ରାଇଭର ଉପସ୍ଥିତି ବୁଦ୍ଧି ଖଟାଇ ବସକୁ ଅଟକାଇ ଦେବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ବସରେ ଯାତ୍ରା କରୁଥିବା ସମସ୍ତ ୪୫ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।ସୂଚନାଯୋଗ୍ୟ ଏହି ଜାଗାରେ ଗତ ବର୍ଷକ ଭିତରେ ୮ରୁ ଅଧିକ ଥର ଦୁର୍ଘଟଣା ଘଟିଛି।