ଭୁବନେଶ୍ୱର,୧୪।୧୦: ଭୁବନେଶ୍ୱର ବରମୁଣ୍ଡା ଓଭରବ୍ରିଜ୍ ଉପରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ବିଶାଖାପାଟଣାରୁ ଭୁବନେଶ୍ୱର ଟାଟା କମ୍ପାନୀକୁ ଆସୁଥିବା ଏକ ଲୁହା ଚାନେଲ ବୋଝେଇ ଟ୍ରକକୁ ପଛରୁ ଆଉ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ କ୍ୟାବିନ ଭିତରେ ଚାପି ହୋଇଯାଇଛନ୍ତି ଡ୍ରାଇଭର। ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି। ତେବେ ଡ୍ରାଇଭର ଜଣକ ଫସିଯାଇଥିବାରୁ ତାଙ୍କୁ ସହଜରେ ଉଦ୍ଧାର କରିବା ସମ୍ଭବ ହୋଇପାରୁନି। ତେଣୁ ଟ୍ରକର ଝରକା କଟାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି।