ଠାକୁରଗଡ଼,୦୯/୦୪(ବୁଲୁ ଦଳେଇ) : ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକ ଉତ୍ସବ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ସାରସ୍ଵତ ବିହାର ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଆଚାର୍ଯ୍ୟ ଅକ୍ଷୟ କୁମାର ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଠମଲ୍ଲିକ ବିଧାୟକ ନଳିନୀ କାନ୍ତ ପ୍ରଧାନ , ମୁଖ୍ୟ ବକ୍ତା ବିଶିଷ୍ଠ ଶିକ୍ଷାବିତ୍ ରମେଶ ଚନ୍ଦ୍ର ମିଶ୍ର, ସମ୍ମାନିତ ଅତିଥି ଭାବେ ସନ୍ୟାସୀ ନାଗା ବାବା, ଠାକୁରଗଡ଼ ସରପଞ୍ଚ ଚାରୁଲତା ମିଶ୍ର, ବିଦ୍ୟାମନ୍ଦିର ପରିଚାଳନା କମିଟି ର ସଭାପତି ଦିବାକର ପ୍ରଧାନ ଓ ସମ୍ପାଦକ ସୁଦର୍ଶନ ବେହେରା ଓ ଛାତ୍ର ଛାତ୍ରୀଙ୍କ ଅଭିଭାବକ ଓ ଜନସାଧାରଣ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣ ରେ କହିଥିଲେ ଯେ, ଶିକ୍ଷା ମଣିଷ କୁ ଶୀର୍ଷ ସ୍ଥାନରେ ପହଁଚେଇ ଥାଏ, ତେଣୁ ସମସ୍ତ ବାଧା ବିଘ୍ନକୁ ଅତିକ୍ରମ କରି ଭଲ ପାଠ ପଢିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସମ୍ପାଦକ ପୂର୍ବ ବିବରଣୀ ପାଠ କରିବା ସହ ପ୍ରଧାନ ଆଚାର୍ଯ୍ୟ ଶିଶୁ ବିଦ୍ୟାମନ୍ଦିର ର ଅଭାବ ଅସୁବିଧା ବିଷୟରେ ମୁଖ୍ୟ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ଗୁରୁ ଗଜାନନ ସାହୁ , ଜ୍ଞାନେନ୍ଦ୍ର ତ୍ରିପାଠୀ, ଗୁରୁମା ସ୍ନେହଲତା ପ୍ରଧାନ, ଦିପ୍ତିମୟୀ ପଟ୍ଟନାୟକ, ମାନିନୀ ସାହୁ, ଶ୍ରଦ୍ଧାଞ୍ଜଳି ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ କୁନି କୁନି ପିଲା ମାନେ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରିଥିଲେ।