ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦଯାପିତ

ବାଲିଗୁଡା, ତା, ୦୬/୦୪: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମନ୍ଦିର ପରିସରରେ ନବରାତ୍ର ଉପଲକ୍ଷେ ନଅ ଦିନ ବ୍ୟାପି ନବାନ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଶ୍ରୀରାମ ନବମୀରେ ସକାଳୁ ପୂଜକ ରୀତିନୀତି ଅନୁଯାୟୀ ପୂଜାପାଠ, ହୋମଯଜ୍ଞ ୧୦୮ ହନୁମାନ ଚାଳିସା ଓ ଶ୍ରୀରାମ ଚାଳିଶା ଏବଂ ଶ୍ରୀରାମ ଚରିତ ମାନସ ପାଠ କରିବା ସହ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କ ଦ୍ୱାରା ହନୁମାନ ଚାଳିସା ଓ ଶ୍ରୀରାମ ଚାଳିଶା ବହି ବଣ୍ଟନ କରାଯାଇ ପୂର୍ଣ୍ଣାହୂତି ହୋଇଥିଲା। ଏହି ଅବସରରେ ପ୍ରତିଦିନ ସକାଳୁ ଶ୍ରୀରାମ ଚରିତ ମାନସ ପାରାୟଣ ଅନୁଷ୍ଠିତ ହେବା ସହ ସନ୍ଧ୍ୟା ସମୟରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ମାନସ ପାରାୟଣରେ ବିଜୟ ଗୌଡ଼ ବ୍ୟାସ ଓ ଗାୟତ୍ରୀ ପରିବାର ଧାରକ ରହିଥିଲେ। ସନ୍ଧ୍ୟାରେ ନୟାଗଡ଼ ଇଟାମାଟି ର ପ୍ରବଚକ ଉମା କାନ୍ତ ସାହୁଙ୍କ ସହ ସହଯୋଗୀ ପ୍ରବଚନ ଦେଉଥିଲେ । ଉଦଯାପନୀ ସନ୍ଧ୍ୟାରେ ଦାରିଙ୍ଗବାଡି ର କୃଷ୍ଣ ଚନ୍ଦ୍ର ଦାସ ଭଜନ ଗାନ କରିଥିଲେ। ଏଥିରେ ଟ୍ରଷ୍ଟ ର ଟ୍ରଷ୍ଟି ଟି.ଶ୍ରୀନିବାସ ରାଓ ଏବଂ ମଧୁସୂଦନ ଦାସଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।