ଭାରତୀୟ ଜନତା ପାର୍ଟିର ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ

ଆଜି ଭାରତୀୟ ଜନତା ପାର୍ଟିର ୪୬ ତମ ପ୍ରତିଷ୍ଠା ଦିବସ ଅବସରରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ନାଚୁଣୀ ସ୍ଥିତ ଭାଜପା କାର୍ଯ୍ୟାଳୟ ଠାରେ ବରିଷ୍ଠ ବିଜେପି ନେତା ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ ଦଳୀୟ ପତାକା ଉତ୍ତୋଳନ କରି ପ୍ରତିଷ୍ଠା ଦିବସ ପାଳନ କରିବା ସହ ଯେଉଁମାନେ ନିଜର ତ୍ୟାଗ, ତପସ୍ୟା,ନିଷ୍ଠା ଓ କଠିନ ପରିଶ୍ରମ ଦ୍ୱାରା ଦଳକୁ ପ୍ରତିଷ୍ଠା କରିଥିଲେ,ସେହି ମହାନୁଭବ ମାନଙ୍କୁ ପ୍ରଣାମ ଜଣାଇଥିଲେ ଏବଂ ସମସ୍ତ ଦେବଦୁଲ୍ଲର୍ଭ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଅନ୍ତ୍ୟୋଦୟ, ସେବା ହିଁ ସଂଗଠନ ଭଳି କାଳଜୟୀ ଚିନ୍ତାଧାରାରୁ ପ୍ରେରଣା ନେଇ ସମସ୍ତ କାର୍ଯ୍ୟକର୍ତ୍ତା ଭାରତ ମାତାର ଗୌରବ ବଢ଼ାଇବା ପାଇଁ ନିରନ୍ତର ପ୍ରୟାସ କରିବା ଉଚିତ ବୋଲି ଶ୍ରୀ ହରିଚ଼ନ୍ଦନ ମତବ୍ୟକ୍ତ କରିଥିଲେ। ପରବର୍ତ୍ତୀ ସମୟରେ ନେତୃବୃନ୍ଦ ଗଣ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚ଼ିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରି ଆଶୁ ଆରୋଗ୍ୟ କାମନା କରିଥିଲେ। ଏହି ଅବସରରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ଉପାଧ୍ୟକ୍ଷ ଶ୍ରୀ ଅରୁଣ ପଟ୍ଟନାୟକ, ବିଜେପି ନେତା ଶ୍ରୀ ସନ୍ତୋଷ ପାଇକରାୟ,ଚ଼ଣ୍ଡେଶ୍ବର ମଣ୍ଡଳ ଭାଜପା ସଭାପତି ଶ୍ରୀ ସମର ରଞ୍ଜନ ସୁବୁଦ୍ଧି,ସଂଗଠକ ଶ୍ରୀ ତପନ ପ୍ରଧାନ, ଦୁଃଶାସନ ଜେନା,ସୁକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ