ମିଶନ୍, 78 ପକ୍ଷରୁ ଏକଦିବସୀୟ ବହୁଜନ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ।

କଳାହାଣ୍ଡି, ୧0|୨(ପ୍ୟାରିଲାଲ ଦୁର୍ଗା):କଳାହାଣ୍ଡି ଜିଲ୍ଲା ଭୀମ ଆର୍ମୀ ଭାରତ ଏକତା ମିଶନ୍ ର ମିଶନ୍ -78 ପକ୍ଷରୁ ଏକଦିବସୀୟ ବହୁଜନ ବୁଦ୍ଧିଜୀବୀ ସମ୍ମିଳନୀ ସ୍ଥାନୀୟ ରିଷିଗାଁ ଏସ୍ ଏନ୍ କନ୍ଫରେନ୍ସ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅବସରପ୍ରାପ୍ତ ପଞ୍ଜାବ ନେସନାଲ ବ୍ୟାଙ୍କ ଏଜିଏମ୍ ଶ୍ରୀ ଦେବାନନ୍ଦ ନାଏକ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୀମ ଆର୍ମୀ ଭାରତ ଏକତା ମିଶନ୍ ର ରାଜ୍ୟ ଉପାଧ୍ୟକ୍ଷ ଶ୍ରୀ ଆଶିଷ ରଂଜନ ନାଏକ, ରାଜ୍ୟ ମହାସଚିବ ଶ୍ରୀ ଜଗଜ୍ଜୀବନ କୁମାର, ମହିଳା ଏସ୍ ସୁଜାତା ପ୍ରମୂଖ ମଞ୍ଚାସୀନ ଥିଲେ । ଅତିଥି ମାନେ ସର୍ବପ୍ରଥମେ ସର୍ବପ୍ରଥମେ ସମ୍ବିଧାନ ପ୍ରଣେତା ବାବାସାହେବ ଭୀମରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଜିଲ୍ଲା ଭୀମ ଆର୍ମୀ ସଭାପତି ରଜନୀକାନ୍ତ ସମର୍ଲିଆ ଅତିଥି ଙ୍କ ପରିଚୟ ପ୍ରଦାନ କରିବା ପରେ ବକ୍ତାମାନେ ମାନ୍ୟବର କାଂଶୀରାମ ସାହେବ ଙ୍କ ଦ୍ଵାରା ପ୍ରତିଷ୍ଠିତ କରିଥିବା “ମିଶନ – 78” ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସମ୍ମିଳନୀରେ ମାନ୍ୟବର କାଂଶୀରାମ ସାହେବ ଙ୍କ ମିଶନ -78 ଉପରେ ଗଭୀର ଭାବେ ବୁଦ୍ଧିଜୀବୀ ମାନେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ବୁଦ୍ଧିଜୀବୀ ମାନେ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଜିଲ୍ଲା ସମ୍ପାଦକ ଲକ୍ଷ୍ମଣ ମେହେର, ଟାଉନ ସଭାପତି ବିପୀନ ଭାରତୀ ଙ ସମେତ ପାଣ୍ଡବ ମେହେର,କମଳ ମେହେର, ସିଦ୍ଧେଶ୍ଵର ମେହେର ଯୋଗ ଦେଇଥିବା ବେଳେ ସିପିଆଇ ର ସଞ୍ଜୟ ସୁନାନୀ, ମହିଳା ସମାଜ ସେବୀ ସ୍ନେହଲତା ଦୁର୍ଗା,ଜୀବନ ଜ୍ୟୋତି ବାଗ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।