ଠାକୁରଗଡ଼,୨୯/୦୧.(ବୁଲୁ ଦଳେଇ): ଆଠମଲ୍ଲିକ ବ୍ଲକ କୃତିବାସ ପୁର ପଞ୍ଚାୟତ ଅଞ୍ଚଳରେ ବଢ଼ିଚାଲିଛି ବେଇଆଇନ୍ ମାଟି ଇଟା ଭାଟି। ବ୍ୟବସାୟୀ ମାନେ ଝାଡ଼ଖଣ୍ଡ ରାଜ୍ୟର ଶ୍ରମିକ ମାନଙ୍କୁ ଆଣି କମ୍ ଅର୍ଥ ଦେଇ ମାଳେ ମାଲ ହେଉଥିବା ଜଣା ଯାଇଛି। ସୁପ୍ରିମ କୋର୍ଟ ମାଟି ଇଟା ପ୍ରସ୍ତୁତ ରବ୍ଦ କରିଥିବା ବେଳେ ରାଜସ୍ବ ବିଭାଗ ର କେତେକ ତଳିଆ କର୍ମଚାରୀ ମାନଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ବ୍ୟବସାୟ ଚଳାଇଥିବା ଅଭିଯୋଗ ହୋଇଛି। ଜଣେ ଜଣାଶୁଣା ଇଟା ବ୍ୟବସାୟୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ସାନ ହୂଲ୍ଲା ସର୍କଲ ର ରାଜସ୍ବ ବିଭାଗ ନିରୀକ୍ଷକ ମନୋଜ୍ କୁମାର ନାୟକ ବ୍ୟବସାୟୀ ମାନଙ୍କ ଠାରୁ ୧୦/୧୫ ହଜାର ଇଟା ର ଚାଲାଣ କାଟି ତୁମେ ଯେତେ ଇଟା ପ୍ରସ୍ତୁତ କରିବ କର, ମୋତେ ୧ ହଜାର ଇଟା ରେ ହଜାରେ ଟଙ୍କା ଦେବ, ମୁଁ ତୁମ ସାଙ୍ଗରେ ଅଛି, ତୁମର କେହି କିଛି କରି ପାରିବେନି ବୋଲି ରୋକ୍ ଠୋକ୍ କହୁଛନ୍ତି। ୟେ ସମ୍ପର୍କରେ ଆଠମଲ୍ଲିକ ତହସିଲଦାର ପ୍ରସନ୍ନ ଟେ ଟେ ଙ୍କୁ ପଚାରିବାରୁ ସେ କହିଛନ୍ତି ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।