କନ୍ଧମାଳ, ତା, ୦୨/୦୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଚଳିତ ବର୍ଷ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ l ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ସୁଶ୍ରୀ ସମ୍ପନ୍ନା ପଣ୍ଡା ଏ ୧ ଗ୍ରେଡ଼ ରେ ୬୦୦ ରୁ ୫୫୭ ନମ୍ବର ରଖି ୯୨. ୮୩% ରେ ସମଗ୍ର ଜିଲ୍ଲାରେ ତୃତୀୟ ସ୍ଥାନ ଅଧିକାର କରି ଶିଶୁ ମନ୍ଦିରର ଗୌରବାନ୍ଵ୍ୟତ କରିପାରିଛନ୍ତି l ସୁଶ୍ରୀ ସମ୍ପନ୍ନା ପଣ୍ଡା ଙ୍କ ପିତା ନିରାକାର ପଣ୍ଡା, ମାତା ପ୍ରୀତି ସାଗରିକା ପଣ୍ଡା ବାଲିଗୁଡା ସ୍ଥିତ ପଣସପଡି ସାହିରେ ରୁହନ୍ତି l ଏ ସଫଳତା ପଛରେ ବିଶେଷ କରି ପିଉସୀ ନାନୀ ନିଳୀମା ପଣ୍ଡା ଓ ପିଉସା ସନ୍ତୋଷ କୁମାର ମୁନି, ମାତା ପିତା ତଥା ଶିଶୁ ମନ୍ଦିର ର ଗୁରୁମା, ଗୁରୁଜୀ ଙ୍କ ଆଶୀର୍ବାଦ ରହିଥିବା ବିଷୟ ସମ୍ପନ୍ନା ପ୍ରକାଶ କରିଛନ୍ତି l ସେହିପରି ସମଗ୍ର କନ୍ଧମାଳ ଜିଲ୍ଲାରେ ୨୧୪ ଟି ବିଦ୍ୟାଳୟରେ ୧୦୦୪୮ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ୧୭୧ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି l ସେଥି ମଧ୍ୟରୁ ଏ ୧ ଗ୍ରେଡ଼ ରେ ମାତ୍ର ୬ ଜଣ ରହିଥିବା ବେଳେ ଏ ୨ ଗ୍ରେଡ଼ ରେ ୪୬ ଜଣ, ବି ୧ଗ୍ରେଡ଼ ରେ ୩୦୩ ଜଣ, ବି ୨ ଗ୍ରେଡ଼ ରେ ୧୨୯୨ ଜଣ, ସି ଗ୍ରେଡ଼ ରେ ୨୮୫୬ ଜଣ, ଡ଼ି ଗ୍ରେଡ଼ ରେ ୩୭୩୩ ଜଣ, ଇ ଗ୍ରେଡ଼ ରେ ୧୩୮୯ ଜଣ, ଏଫ ଗ୍ରେଡ଼ ରେ ୨୫୨ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି l ସେଥିମଧ୍ୟରୁ ୫୨୭୧ ଜଣ ଛାତ୍ରୀ ରହିଥିବା ବେଳେ ୪୩୫୪ ଜଣ ଛାତ୍ର ରହିଛନ୍ତି l ସମଗ୍ର କନ୍ଧମାଳ ଜିଲ୍ଲା ରେ ଶତକଡା ହାର ୯୭. ୪୫ ରହିଥିବା ଜଣାପଡିଛି l