କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ

କଳାହାଣ୍ଡି,୨୬/୧(ପ୍ୟାରିଲାଲ ଦୁର୍ଗା)କଳାହାଣ୍ଡି ଜିଲ୍ଲା କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ସ୍ଥାନୀୟ ମା କାଳୀ ଫଟୋ ଷ୍ଟୁଡିଓ ନିକଟରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି।ସଂଘର ସଭାପତି ସୁଶାନ୍ତ ମହାପାତ୍ର ଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ହେତୁ ଅନୁପସ୍ଥିତିରେ ସଂଘର କାର୍ଯ୍ୟକାରୀ ସଭାପତି ଦୟା ସୁନାନୀ ପତାକା ଉତ୍ତୋଳନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଯଯାତି କେଶରୀ ଦେଓ, ମନୋଜ ସିଂ,ଶିବ ପ୍ରସାଦ ସାହୁ,ମହମ୍ମଦ ଆଗା ଜାନ,ସଂଗ୍ରାମ କେଶରୀ ଦେଓ,ମଧୁସୂଦନ ଠାକୁର ,ଅର୍ଜୁନ ପୋଢ଼, ଜନକ ପୋଢ଼,ତେଜରାଜ୍ ସାହୁ ଏବଂ ସାମ୍ବାଦିକ ମାଧବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।