କଳାହାଣ୍ଡି,୨୬/୧(ପ୍ୟାରିଲାଲ ଦୁର୍ଗା) ୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ନର୍ଲା ବିଜେଡି ବିଧାୟକ ମନୋରମା ମହାନ୍ତି କେସିଙ୍ଗା ମେଡିକାଲ କୁ ଆସି ଚିକିତ୍ସାଧୀନ ରୋଗୀ ମାନଙ୍କର ଭଲ ମନ୍ଦ ବୁଝିବା ସହିତ ରୋଗୀ ମାନଙ୍କୁ ଫଳ ବଣ୍ଟନ କରି ସେମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ।ପରେ ବିଧାୟିକା ଗତ କିଛି ମାସ ତଳେ ମେଡିକାଲ ର ଏକ କୋଠରୀରୁ ସିଲିଂ ପଡ଼ିଥିବା କୋଠରୀ ଦେଖି ଦୁଃଖ ପ୍ରକାଶ କରିବା ସହିତ ମରାମତି କରିବା ପାଇଁ ଏମ ଏଲ ଏ ଫଣ୍ଡ ରୁ କିଛି ଟଙ୍କା ସାହାଯ୍ୟ ଦେବା ପାଇଁ ଘୋଷଣା କରିଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କେସିଙ୍ଗା ବିଜେଡି ନଗର ସଭାପତି ରମେଶ ପଟ୍ଟନାୟକ,କେସିଙ୍ଗା ନଗରପାଳ ନୃପରାଜ ଯାଦବ,ଉପ ନଗରପାଳ ସରସ୍ଵତୀ ସାହା,ଯୁବ ନେତା ସିଲୁ ପରିଡ଼ା,ନଳୀନ ପଟ୍ଟନାୟକ ,କାଉନସିଲର ରମାକାନ୍ତ ଜେନା,ଶମ୍ଭୁ ବଗର୍ତ୍ତି,ପ୍ରକାଶ ବନଛୋର,ମେଡିକାଲ ମୁଖ୍ୟ ପ୍ରୟାଗ ପ୍ରତିଶ୍ରୁତି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
