ଧର୍ମଗଡ଼ ମେହେର ଯୁବା ମଞ୍ଚ ପକ୍ଷ ରୁ ଫଳ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ ।

କଳାହାଣ୍ଡି, ୨୬/୧(ପ୍ୟାରିଲାଲ ଦୁର୍ଗା):-୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ ରବିବାର ଦିନ ଧର୍ମଗଡ଼ ମେହେର ଯୁବା ମଞ୍ଚ ପକ୍ଷ ରୁ ଫଳ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି I ଏହି ଅବସରରେ ଯୁବା ମଞ୍ଚ ର କର୍ମକର୍ତ୍ତା ମାନେ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନା କୁ ଯାଇ ରୋଗୀଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ ଓ ରୋଗୀ ମାନଙ୍କ ସୁବିଧା ଅସୁବିଧା ବାବଦ ରେ ପଚାରି ବୁଝି ଥିଲେ I କାର୍ଯ୍ୟକ୍ରମ ରେ ଯୁବମଞ୍ଚ ତରଫ ରୁ ଗୋପାଳ ମେହେର, ସୀତୁନ ମେହେର, ବିକାଶ ମେହେର, ଦୀପକ ମେହେର, ଦୁଷ୍ମନ୍ତ ମେହେର, ଅବିନାଶ ମେହେର, ଶ୍ରୀକାନ୍ତ ମେହେର, ବନି ମେହେର ପ୍ରମୁଖ ସାମିଲ ହୋଇଥିଲେ। ଆଗକୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ମେହେର ଯୁବା ମଞ୍ଚ ହାତ କୁ ନେବ ବୋଲି ଯୁବା ମଞ୍ଚ ତରଫ ରୁ ସୀତୁନ ମେହେର ମତପ୍ରକାଶ କରିଛନ୍ତି