ବାଲିଗୁଡା, ୨୦/୦୧: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ ଦିନକୁ ଦିନ ସରକାରୀ ଜମି ଜବର ଦଖଲ ବେଆଇନ ଇଟାଭାଟି ଗଢି ଉଠୁଥିବାରୁ ବାଲିଗୁଡା ପ୍ରଶାସନ ପକ୍ଷରୁ କାର୍ଯ୍ୟlନୁଷ୍ଠାନ ଆରମ୍ଭ ହୋଇଛି l ପ୍ରଥମ ପର୍ଯ୍ୟାୟ ରେ ବାଲିଗୁଡା ମୌଜାର ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ପଣସ ପଡି ଅଞ୍ଚଳରେ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି l ଦୀର୍ଘ ବର୍ଷ ହେବ ବାଲିଗୁଡା ଏନଏସିର ନୁଆସାହି ଦଣ୍ଡପଦର ପଣସପଡି ଗୁଳିମରା ମୁଣ୍ଡାସାହି ଭଗାମୁଣ୍ଡା, ସୁନାପାଙ୍ଗା ଜାମପଦା ଆଦି ବସ୍ତିରେ ଜମି ମାଫିଆ ବେଶ ସକ୍ରିୟ ହୋଇ ବଡ ବଡ ଅଟ୍ଟାଳିକା ନିର୍ମାଣ କରି ଵିକ୍ରୟ ଓ ଭଡା ସୂତ୍ରରେ ଦେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଅଭିଯୋଗ ପରେ ଆକ୍ସନ ମୋଡ଼ରେ ତହସିଲଦାର l ସୋମବାର ବାଲିଗୁଡା ଏନଏସି ର ଏଗାର ନମ୍ବର ୱାର୍ଡ ରେ ତହସିଲଦାର ଦୀପ୍ତି ରଞ୍ଜନ ବେହେରା ଓ ପୋଲିସ ପ୍ରଶାସନ ଉପସ୍ଥିତି ରେ ବିଭିନ୍ନ ସରକାରୀ ଜମିକୁ ଜବରଦଖଲ କରି ସରକାରୀ କର୍ମଚାରୀ ଓ ଧନୀକ ଶ୍ରେଣୀ ର ବ୍ୟକ୍ତି ଅଟ୍ଟାଳିକା ନିର୍ମାଣ କରିଥିବା ଜବର ଦଖଲ ଜମି କୁ ଉଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଏବଂ ବେଆଇନ ଇଟା ଭାଟି କୁ ମଧ୍ୟ ଭାଙ୍ଗି ନଷ୍ଟ କରିଛନ୍ତି lବାଲିଗୁଡ଼ା ଏନ୍ଏସି ର ବିଭିନ୍ନ ୱାର୍ଡରେ ହୋଇଥିବା ସରକାରୀ ଜମି ବେ ଦଖଲ ଉପରେ ଉଛେଦ ଅଭିଯାନ ପର୍ଯ୍ୟାୟ କ୍ରମେ ସବୁ ୱାର୍ଡ ରେ ଆରମ୍ଭ ହେବ ବୋଲି ତହସିଲଦାର ଦିପ୍ତୀ ରଞ୍ଜନ ବେହେରା ସୂଚନା ଦେଇଛନ୍ତି l ବାଲିଗୁଡ଼ାରେ ସହର ରେ ସତୁରୀ ପ୍ରତିଶତ ସରକାରୀ ଜମି ଉପରେ ବେଆଇନ କୋଠା ନିର୍ମାଣ ହୋଇଛି l ପର୍ଯ୍ୟାୟ କ୍ରମେ ବେଆଇନ ଦଖଲ ଉଚ୍ଛେଦ କରି ସମସ୍ତ ସରକାରୀ ଜମି ସରକାରୀ ଖାତାକୁ ଫେରିବ ବୋଲି ତହସିଲଦାର ଗଣ ମାଧ୍ୟମ କୁ କହିଛନ୍ତି ଶ୍ରୀ ବେହେରା ସ୍ୱଳ୍ପ ସମୟ ମଧ୍ୟରେ ବହୁ ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ କରିଥିବାରୁ ସହରବାସୀ ସାଧୁବାଦ୍ ଜଣାଇଥିବା ବେଳେ କିଛି ଜମି ମାଫିଆଙ୍କ ଆଖିରୁ ନିଦ ହଜିବା ସହ କୋକୁଆ ଭୟ ସୃଷ୍ଟି ହୋଇଛି l କିଛି ସରକାରୀ କର୍ମଚାରୀ ଦଲାଲ ଙ୍କ ଠାରୁ ଜମି କିଣି ଘର କରିବା ପ୍ରସ୍ତୁତ ଚଳାଇ ଥିବା ବେଳେ ହଠାତ୍ ତହସିଲଦାର ଙ୍କ ଚଢାଉ ଦ୍ଵାରା ଭୟବିତ ହୋଇଯାଇଛନ୍ତି l ଏପଟେ ଜମି ଦଲାଲ୍ ଙ୍କ ଠାରୁ ସରକାରୀ ଜମି କିଣି ଥିବା ଲୋକ କିପରି ନିଜ ଟଙ୍କା ଫେରସ୍ତ ପାଇବ ସେ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି l ବର୍ତ୍ତମାନ ଜମି ମାଫିଆ ବେଆଇନ୍ ଭାବେ ଲକ୍ଷ ଲକ୍ଷ ଟଙ୍କା ଅର୍ଜନ କରି ବିଳାସ ମୟ ଜୀବନ ବିତାଉଥିବା ସାଧାରଣରେ ଚର୍ଚାର ବିଷୟ ପାଲଟିଛି ।