ଆଠମଲ୍ଲିକ ୧୬/୧(ବୁଲୁ ଦଳେଇ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଆମ୍ବସରମୁଣ୍ଡା ପଞ୍ଚାୟତ ଖେଳ ପଡିଆ ଠାରେ ଆମ୍ବସରମୁଣ୍ଡା କ୍ରିକେଟ ଟିମ୍ ଆନୁକୁଲ୍ୟରେ ଗଗନ ବିହାରୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବ ରେ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଆଶା କୁମାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ , ସରପଞ୍ଚ ସସ୍ମିତା ସେଠୀ, ସମିତିସଭୀ ଭଜମନ ସେଠୀ,ନାଏବ ସରପଞ୍ଚ ମନ୍ଦଦରି ନାୟକ ,ବ୍ଲକ ବିଜେଡି ସଭାପତି ମହେଶ୍ୱର ଦେହୁରୀ ,ସମାଜସେବୀ ରୋହିତାସ୍ୱ ପ୍ରଧାନ,ଆମ୍ବସରମୁଣ୍ଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିବାଶିଷ ମିଶ୍ର, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ନାୟକ, ଭଗବାନ ସାହୁ , ଭାଗିରଥି ସେଠୀ, ସାମ୍ବାଦିକ କରୁଣାକର ନାୟକ, ଶିକ୍ଷାବିତ୍ ଅନନ୍ତ ଚରଣ ନାୟକ , ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳି ମନାନୁ ଉତ୍ସାହିତ କରିଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଗୋଟି ଦଳକୁ ନେଇ ବନ୍ଧୁତ୍ୱ ପୂର୍ଣ୍ଣ ଖେଳ ହୋଇଥିବା ବେଳେ ସେମି ଫାଇନାଲ ରେ ବଇଣ୍ଡା ସହିତ ପାପସରା ଓ ମନ୍ଦରବହାଳ ସହିତ ବାଙ୍କଦରହ୍ ସହିତ ସଂଘର୍ଷ ପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିବା । ସର୍ବ ଶେଷରେ ମନ୍ଦରବହାଳ ସହିତ ପାପସରା ସହିତ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି । ମନ୍ଦରବହାଳ ଦଳ ୧୦ ଓଭର ଚାଲିଥିବା ବେଳେ ସମସ୍ତ ଉଇକେଟେ ହରାଇ ୬୯ ରନ କରି ପରାଜିତ ହୋଇଥିବା ବେଳେ ପାପସରା ଦଳ ୧୨ ଓଭର ରେ ୧୨୯ ରନ କରି ବିଜୟୀ ହୋଇ ମାନପତ୍ର ଓ ଟ୍ରଫି ଆମନ୍ତ୍ରିତ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଂକ ଠାରୁ ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ଟିମ୍ ର ସଭ୍ୟ ଶ୍ରୀ ପ୍ରକାଶ ବିଶ୍ବାଳ, ତପନ କୁମାର ନାୟକ , ରଞ୍ଜନ କୁମାର ପାତ୍ର, ସୁଶାନ୍ତ କୁମାର ନାୟକ, ଅଭୟ କୁମାର ପ୍ରଧାନ, ପ୍ରଫୁଲ୍ଲ କୁମାର ଦେହୁରୀ, ମଣ୍ଟୁୁ ବାରିକ କୁମାର ସାନୁ ନାୟକ, ସୁଶିଲ କୁମାର ନାୟକ, ପ୍ରଦୀପ କୁମାର ପାତ୍ର, ଚିନିମୟ କୁମାର ପ୍ରଧାନ, ପିଣ୍ଟୁ ନାୟକ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।