ଠାକୁରଗଡ଼ ରେ ନୂତନ ବ୍ଲକ ଗଠନ ନିମନ୍ତେ ପ୍ରସ୍ତୁତି ବୈଠକ ।

ଠାକୁରଗଡ଼,୦୬/୦୧(ବୁଲୁ ଦଳେଇ) :ଓଡ଼ିଶାର ନୂତନ ସରକାର ନୂତନ ବ୍ଲକ ପୁନର୍ଗଠନ ପାଇଁ ବିଧାନ ସଭା ରେ ପ୍ରସ୍ତାବ ଆଗତ ହେବାର ପ୍ରକାଶିତ ହେବାପରେ ଷୋଳପଦା ଅଞ୍ଚଳ କେନ୍ଦ୍ର ସ୍ଥଳ ଓ ବାଣିଜ୍ୟ କେନ୍ଦ୍ର ଠାକୁରଗଡ଼ ଠାରେ ନୂତନ ବ୍ଲକ ଗଠନ ନିମନ୍ତେ ଷୋଳପଦା ଅଞ୍ଚଳ ର ୧୦ ଗୋଟି ପଞ୍ଚାୟତ ର ସର୍ବ ଦଳୀୟ କର୍ମକର୍ତ୍ତା ସହିତ ବୁଦ୍ଧଜୀବୀ ମାନଙ୍କୁ ନେଇ ଠାକୁରଗଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭାଘର କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଠାକୁରଗଡ଼ ନୂତନ ବ୍ଲକ କ୍ରିୟାନୁଷ୍ଠାନ କମିଟି ଚୟନ କରାଯାଇ ଠାକୁରଗଡ଼ ଠାରେ ନୂତନ ବ୍ଲକ ଗଠନ ନିମନ୍ତେ କମିଟି ସମେତ ଷୋଳପଦା ବାସୀ ଅହରହ ସଂଗ୍ରାମ ଜାରିରହିବ ବୋଲି ବୈଠକ ପ୍ରସ୍ତାବ ଗୃହୀତ ହୋଇଛି । ଆଠମଲ୍ଲିକ ର ଆମ୍ବସାରମୁଣ୍ଡା , ଠାକୁରଗଡ଼, କୃତିବାସପୁର, କୁରୁମୁଟାପ, ସାନହୁଲା, ପେଡିପଥର, ସାପଘରା, ପାଇକସାହି, ଟାପଢୋଲ, ମଇମୁରା, ପଞ୍ଚାୟତ ଥିବା ବେଳେ କିଶୋରନଗର ବ୍ଲକ ର ବିଲେଇନାଳି, ନୁନୁକାପଶି, ଗାଁ ବଇଣ୍ଡା, ଓ ଅନୁଗୋଳ ବ୍ଲକ ର ଅନ୍ତୁଳିଆ, ଟାଇଁଶି, କୋଠଭୁଁଇ, ପଞ୍ଚୟତ କୁ ନେଇ ଠାକୁରଗଡ଼ ଠାରେ ନୂତନ ବ୍ଲକ ଗଠନ ନିମନ୍ତେ ସରକାରଙ୍କୁ କାର୍ଯ୍ୟକାରୀ ହେବା କୁ ଆଗତ ହୋଇଅଛି । ଠାକୁରଗଡ଼ ଠାରେ ନୂତନ ବ୍ଲକ ଗଠନ ନିମନ୍ତେ ଦୀର୍ଘ୍ ୩୦ ବର୍ଷ ରୁ ସରକାରଙ୍କ ନିକଟ ରେ ପ୍ରସ୍ତାବ ଆଗତ ହୋଇଅଛି । ଏଣୁ କରି ଠାକୁରଗଡ଼ ଠାରେ ନୂତନ ବ୍ଲକ ଗଠନ ହେଲେ ୧୬ ଗୋଟି ଗ୍ରାମ ପଞ୍ଚାୟତ ର ଜନ ସାଧାରଣ ଉପକୃତ ହୋଇ ପାରିବ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଂଚ ମନୋଜ୍ ରାଉତ୍, ଅନାମ ଚରଣ ସ୍ୱାଇଁ, ଠାକୁରଗଡ଼ ସରପଂଚ ଙ୍କ ପ୍ରତିନିଧି କୁମୁଦ ମିଶ୍ର, ସୌରଭ ମିଶ୍ର, ସମାଜସେବୀ ଶତ୍ରୁଘ୍ନ ସାହୁ, ସୁରେଶ୍ ଚନ୍ଦ୍ର ସାହୁ, ବଜାର ବଣିକ ସଂଘ ସଭାପତି ଭଗବାନ୍ ସାହୁ, ଶୁଭକାନ୍ତ ପ୍ରଧାନ, ସନ୍ତୋଷ କୁମାର ବିଶ୍ବାଳ ପ୍ରମୁଖ ଯୋଗଦେଇ ଆଲୋଚନା କରିବା ସହ ଜାନୁଆରୀ ମାସ ୧୦ ତାରିଖରେ ଅନ୍ୟ ଏକ ବୈଠକ ଡାକି ନିର୍ବାଚିତ ଜନ ପ୍ରତିନିଧି, ପୂର୍ବତନ ବିଧାୟକ, ବର୍ତ୍ତମାନ ର ବିଧାୟକ ଓ ଅଞ୍ଚଳ ବାସୀ ନେଇ ପଞ୍ଚୟତ୍ତିରାଜ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀ ପତ୍ର ।