ରୁଦ୍ର ଇ-ପତ୍ରିକା ର ଷଷ୍ଠ ସଂସ୍କରଣ ଲୋକାର୍ପିତ

ନବ ବର୍ଷ ୨୦୨୫ର ପହିଲି ଦିବସ ଅବସରରେ ବହୁ ପ୍ରତିକ୍ଷିତ ସାଂପ୍ରତିକ ଓଡ଼ିଆ ସାରସ୍ୱତ ଜଗତର ଅନ୍ୟତମ ସମୃଦ୍ଧ ତଥା ଲୋକପ୍ରିୟ ‘ ଇ ”ପତ୍ରିକା ରୁଦ୍ର ର ଷଷ୍ଠ ସଂସ୍କରଣ ଲୋକାର୍ପଣ ହୋଇସାରିଛି। ସମଗ୍ର ଓଡ଼ିଶାର ପ୍ରାରମ୍ଭରୁ ପ୍ରାନ୍ତ , ନବୀନରୁ ପ୍ରବୀଣ ସାଧକ ବୃନ୍ଦଙ୍କ ମାନସ ସୃଜନକୁ ନିଜ ବକ୍ଷରେ ସ୍ଥାନ ଦେଇଥିବା ଏହି ପତ୍ରିକାଟି ଗତ ଏକ ବର୍ଷ ଧରି ପାଠକୀୟ ଆଦୃତି ପାଇ ସ୍ୱୀୟ ବିଜୟ ବୈଜୟନ୍ତୀ ଉଡ଼ାଇ ଚାଲିଛି। ପ୍ରତିଷ୍ଠାତା ଅଧ୍ୟାପକ ବିଷ୍ଣୁ ପ୍ରସାଦ ଦାସଙ୍କ ମାର୍ଗ ଦର୍ଶନ ଓ ଯୁବ ସାଧକ ତଥା ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ ଶ୍ରୀମାନ ବାଦଲ ପଲେଇଙ୍କ ବଳିଷ୍ଠ ସମ୍ପାଦନା ଏଵଂ ସହ ସମ୍ପାଦିକା ସୁଶ୍ରୀ ମୋନାଲିସା ବିଷୋୟୀ,ସହ ସମ୍ପାଦକ ଶ୍ରୀମାନ ବଦ୍ରି ନାରାୟଣ ଦାସଙ୍କ ସହଯୋଗ ରେ ପତ୍ରିକା ଟି ବେଶ୍ ଆକର୍ଷଣୀୟ ହୋଇପାରିଛି।ପ୍ରଚ୍ଛନ୍ଦପଟ୍ଟରେ ମା’ ଲକ୍ଷ୍ମୀଙ୍କ ମାଣବସା ସ୍ୱରୂପର ଏକ ଚିତ୍ର ସ୍ଥାନ ପାଇଛି ଯାହାକୁ ଯୁବ ଚିତ୍ରଶିଳ୍ପୀ ଶ୍ରୀମାନ୍ ପ୍ରେମାନନ୍ଦ ବେହେରା ସୃଷ୍ଟି କରିବା ସହ ପ୍ରଚ୍ଛନ୍ଦର ରୂପ ଦେଇଛନ୍ତି ଶ୍ରୀମାନ୍ କୌଶିକ ଗିରି।ଏହି ପତ୍ରିକାର ୱେବସାଇଟ୍ ଡେଭଲପମେଣ୍ଟର କାର୍ଯ୍ୟ ତୁଲାଇଥିବା ଶ୍ରୀମାନ ବିଷ୍ଣୁ ବେହେରାଙ୍କ ଭୂମିକା ପତ୍ରିକା ପ୍ରକାଶରେ ଗୁରୁତ୍ୱପୂର୍ଣ୍ଣ ଥିଲା।ଏହି ପତ୍ରିକାକୁ ପ୍ରକାଶ କରିବା କାର୍ଯ୍ୟ ସ୍ୱୟଂମ୍ ସମ୍ପାଦକ ବାଦଲ ପଲେଇ ହାତକୁ ନେଇ ନୂତନ ଦିବସରେ ପ୍ରକାଶ କରାଇଥିଲେ। ଏଥିରେ ପ୍ରାୟ ୧୫ ଟି ଗଳ୍ପ ୩୩ ଟି କବିତା ଓ ୭ ଟି ପ୍ରବନ୍ଧ ସହିତ ଶିଶୁ ବିଭାଗ, ଚିତ୍ରାଙ୍କନ ବିଭାଗ,ସ୍ମୁତି ମନ୍ଦିର ବିଭାଗ ସ୍ଥାନ ପାଇଛି।ଜାନୁଆରୀ ୨୩ରେ ଏହାର ବାର୍ଷିକ ଉତ୍ସବ ହେବାର ସମ୍ପାଦକ ବାଦଲ ପଲେଇ ସ୍ପଷ୍ଟ କରିଥିବା ବେଳେ ସଭାପତି ବିଷ୍ଣୁ ପ୍ରସାଦ ଦାସ ପ୍ରାକ୍ ପ୍ରସ୍ତୁତିର ଆରମ୍ଭରେ ନିଜକୁ ସମ୍ମିଳିତ କରାଇଛନ୍ତି। ପୂର୍ବ ସଂଖ୍ୟା ଗୁଡ଼ିକ ଭଳି ଏହି ସଂସ୍କରଣ ଟି ମଧ୍ଯ ପାଠକୀୟ ଆଦୃତି ଲାଭ କରିବ ବୋଲି ସମ୍ପାଦନା ମଣ୍ଡଳୀ ଆଶା ରଖିଛନ୍ତି।