ସଟ ସର୍କିଟରେ ଜଳି ଗଲା ମିକ୍ସଚର୍ ଫ୍ୟାକ୍ଟ୍ରି : ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ଜଳି ପାଉଁଶ

ବାଲିଗୁଡ଼ା: ୨୯/୧୨: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୁଆସାହିରେ ଶନିବାର ବିଳମ୍ବିତ ରାତ୍ରରେ ଏକ ମିକ୍ଚର ଫ୍ୟାକ୍ଟିରରେ ଅଗ୍ନିକାଣ୍ଡ ଘଟିବାରୁ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ପ୍ରତିଦିନ ଭଳି ଶନିବାର ଦିନ ମଧ୍ୟ କାମ ସାରି ଫ୍ୟାକ୍ଟ୍ରି ବନ୍ଦ କରିଥିଲେ ମାଲିକ ଅଶୋକ କୁମାର ସାହୁ। ବିଳମ୍ବିତ ରାତିରେ ଫ୍ୟାକ୍ଟ୍ରି ସାମ୍ନାରେ ଥିବା ନିଜ ବାସ ଗୃହରୁ ବାହାରକୁ ବାହାରିଥିବା ବେଳେ ଫ୍ୟାକ୍ଟ୍ରି ଭିତରୁ ଧୁଆଁ ଓ ନିଆଁ ବାହାରୁଥିବା ବିଷୟ ଶ୍ରୀ ସାହୁ ଦେଖି ଅଗ୍ନିଶମ ବାହିନୀକୁ ଜଣାଇଥିଲେ । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ, କିନ୍ତୁ ସେତେବେଳେକୁ ଫ୍ୟାକ୍ଟ୍ରି ଭିତରେ ଥିବା ମିକ୍ଚର ପାଇଁ ବ୍ୟବହୃତ କଞ୍ଚାମାଲ୍, ବିଭିନ୍ନ ମେସିନାରୀ ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିବା କହିଛନ୍ତି । ସେପଟେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବିଷୟ ଅଗ୍ନିଶମ ବାହିନୀ ପକ୍ଷରୁ ସୂଚନା ମିଳିଛି ।