ବାଲିଗୁଡା .୨୭/୧୨ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ନିକଟରେ ଡିମ୍ବୁଲି ମହୋଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ସଭାପତି ଗୌରଚନ୍ଦ୍ର ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ବୈଠକରେ ମୁଖ୍ୟ ସଂଯୋଜକ ପବିତ୍ର କହଁର ଙ୍କ ସମେତ ବେଲଘର ସରପଞ୍ଚ ଗୋବିନ୍ଦ ମାଝି ,ଦୟାନିଧି ଯାନୀ ,ରାମ ମାଝିଙ୍କ ସମେତ ଅଞ୍ଚଳର ଶତାଧିକ ଆଦିମ ଜନଜାତି ଓ ଜନଜାତି ର ମୁଖିଆ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ଆସନ୍ତା ଫେବୃଆରୀ ୧୮,୧୯ ଓ ୨୦ ତିନିଦିନ ଧରି ଏହି ମହୋତ୍ସବ ପାଳନ କରିବା ପାଇଁ ସ୍ଥିର କରଯାଇଥିଲା । ଏହି ମହୋତ୍ସବ ରେ ରାଜ୍ୟର ୨୦ ଟି ଜିଲ୍ଲାରେ ବସବାସ କରୁଥିବା ଅନୁସୂଚିତ ଜନଜାତି ର କ୍ଲାମ୍ବୁ ରୁ ଶହଶହ ବ୍ୟକ୍ତି ଏହି ମହୋତ୍ସବ ରେ ଆସି ପୂଜା ଅର୍ଚ୍ଚନା ରେ ଭାଗ ନେବେ । ଅନୁସୂଚିତ ଜନଜାତି ଓ ଆଦିମ ଜନଜାତି କୂଟିଆ ମାନଙ୍କ ଉତ୍ପତ୍ତି ସ୍ଥଳ ଆଦି ଦେବୀ ସେହି ପବିତ୍ର ଡିମ୍ବୁଲି ପାହାଡ ର ଐତିହ୍ୟ ଓ ପରମ୍ପରା କୁ ଉଦଜୀବିତ ରଖିବା ସହ ମହାନ ସଂସ୍କୃତିକୁ ଅବକ୍ଷୟ ରୁ ବଞ୍ଚାଇ ରଖିବା , ସେହି ସ୍ଥାନକୁ ଏକ ପବିତ୍ର ସ୍ଥାନ ର ମାନ୍ୟତା ପ୍ରଦାନ କରିବା ଓ ହେରିଟେଜ ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନିତ ପାଇଁ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିବା ଡିମ୍ବୁଲି ମହୋତ୍ସବର ପ୍ରଥମ ଲକ୍ଷ ରହିଛି ବୋଲି ପୂର୍ବତନ ବିଧାୟକ କରେନ୍ଦ୍ର ମାଝି କହିଛନ୍ତି ।