ଆଠମଲ୍ଲିକ,୧୨/୧୧(ବୁଲୁ ଦଳେଇ): ଆଠମଲ୍ଲିକ ବ୍ଲକ ମଇ ମୁରା ପଞ୍ଚାୟତ ର କରାବ ଠାରୁ କନ୍ତପଡ଼ା ପର୍ଯ୍ୟନ୍ତ ଚାଲିଥିବା ପ୍ରଶସ୍ତି କରଣ କାର୍ଯ୍ୟ ନିନ୍ମ ମାନର ହେଉଥିବା ନେଇ ଗ୍ରାମ ବାସୀ ମାନେ ଅନୁଗୁଳ ଜିଲ୍ଲାପାଳ ଙ୍କ ଠାରେ ଲିଖିତ ଅଭିଯୋଗ କରି ଛନ୍ତି। ସଂପୃକ୍ତ ଠିକା ସଂସ୍ଥା ବିନା ନାମ ଫଳକ ରେ କାର୍ଯ୍ୟ କରୁଥିବା ବେଳେ ବ୍ୟୟ ଅଟକଳ ପରିମାଣର ଅର୍ଥ କେତେ ତାହା ସାଧାରଣ ଜନତା ଜାଣିବାକୁ ପାଉ ନାହାଁନ୍ତି। ଠିକା ସଂସ୍ଥା ମନ ଇଚ୍ଛା କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ରାସ୍ତାର ଉଭୟ ପାର୍ଶ୍ବରେ ମାଟି ଖୋଳି ୨/୩ ଇଞ୍ଚ୍ ରେ ସାମାନ୍ୟ ମେଟାଲ ପକାଇ କ୍ରସର୍ ଗୁଣ୍ଡ ପକାଇ କାର୍ଯ୍ୟ କରୁଛନ୍ତି। ରୋଲର୍ ରେ ମାଟି ଚାପି ସମତଳ କରୁ ନାହାନ୍ତି କି କ୍ରସର ଗୁଣ୍ଡ ଉପରେ ପାଣି ପକାଉ ନ ଥିବାରୁ ତାହା ଉଡ଼ି କୁହୁଡି ର ଭ୍ରମ ସୃଷ୍ଟି କରିବା ସହ ଜନସାଧାରଣ ଯିବା ଆସିବା ରେ ଅସୁବିଧା ହେଉଛି। ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମର କୈଳାସ ଚନ୍ଦ୍ର ସିଠ, ଭାବଗ୍ରାହୀ ଖିଲାର, ଅନନ୍ତ ଖିଲାର, ଅବଧୂତ ସୀଠ, ମନୋଜ୍ ଶୀଠ ପ୍ରମୁଖ ଅନୁଗୋଳ ଜିଲ୍ଲାପାଳ ଙ୍କ ଠାରେ ଦାବୀ କରି ଛନ୍ତି।